ଅବଦୁଲ ଲତିଫ ରଶିଦ୍ ହେଲେ ଇରାକର ନୂଆ ରାଷ୍ଟ୍ରପତି

ଇରାକର ନୂଆ ରାଷ୍ଟ୍ରପତି ହେଲା କୁର୍ଦିସ ନେତା ଅବଦୁଲ ଲତିଫ ରଶିଦ୍। ଗୁରୁବାର ଇରାକ ସଂସଦରେ ରଶିଦଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି।

ବ୍ରିଟେନ୍ ଇଞ୍ଜିନୟରିଂ ପଢିଥିବା ୭୮ ବର୍ଷୀୟ ରଶିଦ ପୂର୍ବରୁ ଇରାକ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ୨୦୦୩-୨୦୧୦ରେ  ରଶିଦ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ତାଙ୍କୁ ଇରାକ ସଂସଦରେ ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି।  

ଫଳରେ ରାଷ୍ଟ୍ରପତି ନିର୍ବାଚନ ନେଇ ବର୍ଷ ଭରି ଲାଗି ରହିଥିବା ଛକାପଞ୍ଝାର ଅନ୍ତ ଘଟିଛି। ଗୁରୁବାର ଇରାକ ସଂସଦରେ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହୋଇଥିଲା। ସଂସଦରେ ଦୁଇ ରାଉଣ୍ଡ ବୋଟ ହେବା ପରେ ରଶିଦଙ୍କ ପକ୍ଷରେ ୧୬୦ ଭୋଟ୍ ପଡ଼ିଥିଲା। ଅନ୍ୟପଟେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ସାଲେହଙ୍କ ବିରୋଧରେ ମାତ୍ର ୯୯ ଭୋଟ୍ ପଡ଼ିଥିଲା।

ରଶିଦ ସର୍ବାଧିକ ଭୋଟ ପାଇଁ ନିର୍ବାଚନ ହେବା ପରେ ତାଙ୍କ ପାଖରେ ସରକାର ଗଢ଼ିବାକୁ ଆଉ ୧୫ ଦିନ ସମୟ ରହିଛି। ପ୍ରଧାନମନ୍ତ୍ରୀ ନିଯୁକ୍ତ କରି ସରକାର ଗଠନ କରିବା ରଶିଦଙ୍କ ପାଇଁ ମୁସ୍କିଲ ହୋଇପାରେ। କାରଣ ଇରାକର ମୋଟ ୩୨୯ ସାଂସଦଙ୍କ ମଧ୍ୟରୁ ଗୁରୁବାର ମଧ୍ୟାହ୍ନରେ ହୋଇଥିବା ଭୋଟିଂରେ ୨୬୯ ସାଂସଦ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *