ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି : ଦର୍ଶନ କରିବାକୁ ଯିବା ବେଳେ ଶ୍ରୀମନ୍ଦିର ଭିତରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି । ଦର୍ଶନ କରିବାକୁ ଯିବା ବେଳେ ଶ୍ରୀମନ୍ଦିର ଭିତରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଧକ୍କା ମାରିବା ସହ ମାଗଣା ଖିଆ କହି ଟାହିଟାପରା କରୁଥିବାରୁ ହବିଷ୍ୟାଳିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ । ହବିଷ୍ୟାଳି ଜଣଙ୍କ ହେଲେ ବୃନ୍ଦାବତୀ ନିବାସରେ ରହୁଥିବା ନୟାଗଡ଼ ଜିଲ୍ଲାର କିଛି ହବିଷ୍ୟାଳି ଏବଂ ତାଙ୍କ ସାଙ୍ଗରେ ଯାଉଥିବା ରେଡକ୍ରସ୍ ସ୍ୱେଚ୍ଛାସେବୀଙ୍କୁ ବି ଜେଟିପି, ସେବାୟତମାନେ ଦୁର୍ବ୍ୟବହାର କରିଛନ୍ତି । ସେବାୟତଙ୍କ ବିରୋଧରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଓ ବୃଦ୍ଧିଜୀବୀ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *