କାଶ୍ମୀରରେ ଆଉ ଏକ ଆତଙ୍କବାଦୀ ଆକ୍ରମଣ ପଣ୍ଡ, ସେନାକୁ କରିଥିଲେ ଟାର୍ଗେଟ

ଜମ୍ମୁ-କାଶ୍ମୀରରେ ପୁଣିଥରେ ଆତଙ୍କୀ ଆକ୍ରମଣକୁ ପଣ୍ଡ କରିଛି ସେନା । ବାନ୍ଦିପୋରା ରୋଡ ନିକଟରୁ ବ୍ୟାପକ ଆଇଇଡି ବିସ୍ଫୋରକ ଉଦ୍ଧାର କରାଯାଇଛି । ସେନାକୁ ଟାର୍ଗେଟ କରି ଏପରି ବିସ୍ଫୋରକ ବିଛାଇଥିଲେ ଆତଙ୍କବାଦୀ । ଫଳରେ ଯେତେବେଳେ ସେନା ଗାଡି ସେହିପଟ ଦେଇ ଯାଇଥାନ୍ତେ ବିସ୍ଫୋରଣ ଘଟିଥାନ୍ତା । ହେଲେ ସୌଭାଗ୍ୟକୁ ଏହା ପୂର୍ବରୁ ଏହି ଷଡଯନ୍ତ୍ର ଜଣାପଡିଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ଆଇଇଡିକୁ ନିଷ୍କ୍ରିୟ କରିଥିଲେ ।

ଏହା ପୂର୍ବରୁ ବି ଅନେକ ଥର ଆଇଇଡି ବିଛାଇ ସେନା ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ । ନିକଟରେ ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଏକ ବ୍ୟାଗରେ ବିସ୍ଫେରକ ରଖାଯାଇଥିଲା ଏହାକୁ ଜବତ କରିଥିଲେ ସୁରକ୍ଷାବଳ । ସବୁଠାରୁ ବଡ ଆକ୍ରମଣ ଥିଲା ୨୦୧୯ରେ । ଯେବେ ସେନାର ଗାଡି ଗୁଡିକୁ ଯାଉଥିବା ପୁଲୱାମା ରାସ୍ତାରେ ପାଖାପାଖି ୧୦୦ କେଜିର ବିସ୍ଫୋରକ ବିଛାଇଥିଲେ । ଆଉ ପ୍ରାଣ ହରାଇଥିଲେ ୪୪ଜଣ ଯବାନ୍ ।

Leave a Reply

Your email address will not be published. Required fields are marked *