ଧାମନଗର ଉପ-ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା, ପ୍ରଚାରର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା । ମୋଟ ୪୦ଜଣିଆ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି ବିଜେଡି ।

ଏହି ପ୍ରଚାର ତାଲିକାରେ ଅଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ସଂଗଠକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏହି ତାଲିକାରେ ମଧ୍ୟ ଅଛନ୍ତି । ସେହିପରି ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରତାପ କେଶରୀ ଦେବ, ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତି ରଞ୍ଜନ ଘଡେଇ, ସୁଲତା ଦେଓ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଆକାଶ ଦାସନାୟକ, ଅରିନ୍ଦମ ରାୟ, ଏଲିନା ଦାସ ପ୍ରମୁଖ୍ ସାମିଲ ଅଛନ୍ତି ।

ସେହିପରି ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ସାମ୍ନାକୁ ଆସିଛି । ତାଲିକାରେ ଅଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ଜି.ରୁଦ୍ର ରାଜୁ । ଏହାସହ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜୀବୀ ବିଶ୍ୱାଳ କରିବେ ପ୍ରଚାର ସାଂସଦ ସପ୍ତଗିରି ଉଲାକା, କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ଭକ୍ତ ଚରଣ ଦାସ, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି ପ୍ରମୁଖ ସାମିଲ ଅଛନ୍ତି । ତେବେ ଷ୍ଟାର ପ୍ରଚାର ତାଲିକାରୁ ବାଦ୍ ପଡିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

Leave a Reply

Your email address will not be published. Required fields are marked *