ଧର୍ମ ମାସରେ ଆକାଶ ଛୁଆଁ ପରିବା ଦର : ରୋଷେଇ ହାଣ୍ଡିରେ ଚଡ଼କ; ଆଳୁ, ପିଆଜ ଛାଡ଼ି ୭୦ ଉପରେ ସବୁ ପରିବା

 ଆରମ୍ଭ ହୋଇଛି ଧର୍ମ ମାସ । ଅଧିକାଂଶ ପରିବାରରେ ମାସକ ପାଇଁ ପସେନି ଆମିଷ । ଠିକ୍ ଏତିକି ବେଳେ ଆକାଶ ଛୁଆଁ ହୋଇଛି ପରିବା ଦର । ପ୍ରାୟ ସବୁ ସବୁଜ ପରିବା କିଲୋ ୬୦ ଟଙ୍କା ଉପରେ ରହିଛି । ତେଣୁ ହବିଷ ମାସ ହାଣ୍ଡିରେ ଚଡ଼କ ପଡ଼ିଛି । କଞ୍ଚା କଦଳୀ, ସାରୁ ଭଳି ହବିଷ ପରିବା ବୃଦ୍ଧି ହବିଷିଆଳିଙ୍କ ପାଇଁ ଅଡ଼ୁଆ ବଢ଼ାଇଛି ।

ଆମିଷ ଖର୍ଚ୍ଚଠୁ ବଳେଇ ପଡ଼ୁଛି ନିରାମିଷ ଭୋଜନ । ଛତୁ ଓ ପନିର ଦର ବୃଦ୍ଧି ଯୋଗୁଁ ମାସକ ପାଇଁ ଆମିଷ ପଶୁନଥିବା ପରିବାର ଲୋକେ ପ୍ରଭାବିତ ହେଉଛନ୍ତି । ଏଣେ ବଜାର ଦରବୃଦ୍ଧି ଯୋଗୁଁ ହୋଟେଲ ମିଲ ଦର ମଧ୍ୟ ବଢ଼ି ଯାଇଥିବାରୁ କର୍ମଜୀବୀମାନେ ଏହାର ଶିକାର ହେଉଛନ୍ତି । ଏବେ ଆଳୁ ଓ ପିଆଜ କିଲୋ ୨୫ରୁ ୩୫ ଟଙ୍କା ରହିଛି । କିନ୍ତୁ ବାକି ସବୁ ପରିବା ଦର ଆକାଶ ଛୁଆଁ ରହିଛି । ଭେଣ୍ଡି, ଟମାଟୋ, ଗାଜର, ପୋଟଳ, ସାରୁ କିଲୋ ୬୦ ଟଙ୍କା ଉପରେ ରହିଛି । ସେହିପରି ଝୁଡ଼ଙ୍ଗ ୮୦ଟଙ୍କା, ବିନଓ ୧୦୦ଟଙ୍କା, ମାଟି ଆଳୁ ୯୦ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *