ବିଶ୍ଵାସ ସାମାଜିକ ସଙ୍ଗଠନ ପକ୍ଷରୁ ଯୁବ ସଂଯୋଗ କାର୍ଯ୍ୟକ୍ରମ

ବାଲେଶ୍ଵର ଜିଲ୍ଲାର ଅମର୍ଦ୍ଦା ରୋଡ଼ ସ୍ଥିତ ସିଦ୍ଧେଶ୍ୱର ମହାବିଦ୍ୟାଳୟର ଅଡିଟୋରିୟମ ହଲରେ ବିଶ୍ଵାସ ଆନୁକୂଲ୍ୟରେ Unseen Balasore ପାଇଁ ଏକ ଯୁବ ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ସହିତ ବହୁ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଏବଂ ଅନସିନ ବାଲେଶ୍ଵରର “ମୁଁ ବାଲେଶ୍ୱର କହୁଛି” ପ୍ରାମାଣିକ ଚଳଚ୍ଚିତ୍ରଟି ଦେଖି ଉପଭୋଗ କଲେ ।

ନିଜ ଅଞ୍ଚଳର ଲୁକ୍କାୟିତ ଅବସ୍ଥାରେ ଥିବା ଐତିହାସିକ କଥାବସ୍ତୁକୁ ଅନସିନ ବାଲେଶ୍ଵର ମାଧ୍ୟମରେ ସର୍ବସମ୍ମୁଖକୁ ଆଣିବାକୁ ସଂକଳ୍ପ ବଦ୍ଧ ହେଲେ । ଏହି କାର୍ଯ୍ୟକ୍ରମ ଦ୍ଵାରା ଖୁସି ହୋଇ କଲେଜର ଅଧ୍ୟକ୍ଷ ପୃଷ୍ଟି ସାର୍ ଓ ଇଂରାଜୀ ବିଭାଗର ଅଧ୍ୟାପକ ସାମଲ ସାର୍ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ ହେବା ପାଇଁ ପ୍ରେରଣା ଦେଲେ । ଛାତ୍ରଛାତ୍ରୀମାନେ ଅନଲାଇନ ଦ୍ୱାରା ପଞ୍ଜିକରଣ କରି ବିଶ୍ଵାସରେ ଯୋଡ଼ି ହୋଇ ବିଶ୍ୱାସ ସାମାଜିକ ସଂଗଠନ ସହିତ କାର୍ଯ୍ୟକରିବେ ବୋଲି ଆଲୋଚନା କରିଲୁ।
ଏହି କାର୍ଯ୍ୟ କ୍ରମରେ ଉକ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ +୩ ର ଛାତ୍ର ସରୋଜ କୁମାର ଜେନା ଙ୍କୁ ଶ୍ରେଷ୍ଠ ସେଚ୍ଛାସେବି ମାନପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ବିଶ୍ଵାସ ସାମାଜିକ ସଙ୍ଗଠନ ର ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପରିଡ଼ା , ସଂଯୋଜକ ଚନ୍ଦନ କୁମାର ସାହୁ, ସୁମିତ୍ରା ପରିଡ଼ା , ମନ୍ମଥ ଓଝା ପ୍ରମୁଖ ଯୋଗ ଦେଇ ଥିଲେ।

Leave a Reply

Your email address will not be published. Required fields are marked *