ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ମୈଦାନରେ ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁର, ଭୋଟ ଦେବେ ୯ ହଜାର ସଦସ୍ୟ

୧୭/୧୦: ଆଜି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ୨୪ ବର୍ଷ ପରେ ମିଳିବ କଂଗ୍ରେସକୁ ଅଣଗାନ୍ଧି ନେତୃତ୍ୱ । ଆଜି ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ କଂଗ୍ରେସ ର ୯ ହଜାର ସଦସ୍ୟ ମତଦାନ କରିବେ । ନିର୍ବାଚନରେ କଂଗ୍ରେସ ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଓ ଶଶି ଥରୁରଙ୍କ ମଧ୍ୟରେ ମୁକାବିଲା ହେଉଛି ।

ଆସନ୍ତା ୧୯ ତାରିଖରେ ପ୍ରକାଶ ପାଇବ ଫଳାଫଳ । କଂଗ୍ରେସର ସେଣ୍ଟ୍ରାଲ ଇଲେକ୍ସନ ଅଥିରିଟି ଗତକାଲି ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର ଥରୁରଙ୍କ ସହ ବୈଠକ କରିଛନ୍ତି। ପୁରା ଭୋଟିଂ ପ୍ରକ୍ରିୟା ନେଇ ଅବଗତ କରାଇଛନ୍ତି। ଭୋଟିଂ ସିଷ୍ଟମ ନେଇ ଥରୁରଙ୍କ ଏଜେଣ୍ଟ ଆପତ୍ତି ଜଣାଇବାରୁ ଏହାକୁ ବଦଳାଯାଇଛି । ଉଭୟ ପ୍ରାର୍ଥୀ ଏନେଇ ସହମତି ମଧ୍ୟ ଜଣାଇଛନ୍ତି ।

ନିର୍ବାଚନ ପାଇଁ ୩୬ଟି ପୋଲିଂ ଷ୍ଟେସନ ୬୭ ଟି ବୁଥ ବ୍ୟବସ୍ଥା ହୋଇଥିବା ସେଣ୍ଟ୍ରାଲ ଇଲେକ୍ସନ ଅଥିରିଟି ସୂଚନା ଦେଇଛନ୍ତି । ୨ ଶହ ଭୋଟ୍ ପାଇଁ ଗୋଟିଏ ବୁଥ୍ ହୋଇଛି । ଶେଷ ଥର ପାଇଁ ୨୦୦୦ ମସିହାରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ହୋଇଥିଲା ।

ସୋନିଆଙ୍କ ବିରୋଧରେ ପ୍ରତିଦ୍ବିନ୍ଦ୍ବିତା କରିଥିଲେ ଜିତେନ୍ଦ୍ର ପ୍ରସାଦ। ଜିତେନ୍ଦ୍ରଙ୍କୁ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ ସୋନିଆ ଗାନ୍ଧୀ। କଂଗ୍ରେସର ୧୩୭ ବର୍ଷର ଇତିହାସର ଷଷ୍ଠ ଥର ସଭାପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *