ଶେଷ ହେଲା କଳିଙ୍ଗ ଷ୍ଟାଡିଅମରେ ପିଫା ବିଶ୍ୱକପ ଅଭିଯାନ, ଅନ୍ତିମ ମ୍ୟାଚ୍‌ରେ ହାରିଲା ଭାରତ

୧୮।୧୦: ଶେଷ ହେଲା କଳିଙ୍ଗ ଷ୍ଟାଡିଅମରେ ପିଫା ବିଶ୍ୱକପ ଅଭିଯାନ । ୧୧ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱର ସବୁଠୁ ପପୁଲାର ଫିଫା ବିଶ୍ୱକପ ସଫଳତାର ସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ଫିଫା ବିଶ୍ୱକପର ମ୍ୟାଚ ଶେଷ ହୋଇଥିବା ବେଳେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ କାହିଁରେ କଣ ରହିଥିଲା। ହକି କ୍ରିକେଟ ଭଳି ଫୁଟବଲ ପାଇଁ ମଧ୍ୟ ଦେଖିବାକୁ ମିଳିଥିଲା ଉତ୍ସାହ। କେବଳ ରାଜ୍ୟ ତଥା ଦେଶ ଭିତରୁ ନୁହେଁ ଦେଶ ବାହାରୁ ମଧ୍ୟ ବିଦେଶୀ ଫୁଟବଲ ପ୍ରେମୀ ଓଡିଶାକୁ ଛୁଟି ଆସିଥିଲେ।

ତେବେ ରାଜ୍ୟ ସରକାର ମଧ୍ୟ ଆୟୋଜନରେ କିଛି କମି କରିନଥିଲେ। ଓଡିଶା ସରକାର ଏହି ଫୁଟବଲ ମହାକୁମ୍ଭକୁ ଅତି ସୁନ୍ଦର ଓ ଲୋକପ୍ରିୟ କରିବା ପାଇଁ ବ୍ୟାପକ ଆୟୋଜନ କାରିଥିଲେ। ଓଡ଼ିଶାର କଳା, ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ସମ୍ବଲପୁରୀ ଡିଜାଇନ ଠାରୁ ଆରମ୍ଭ କରି ଷ୍ଟାଡିୟମକୁ ନୂଆ ରୂପ ଦିଆଯାଇଥିଲା। ଏଆଇଏଫଏଫ ଓ ଫିଫା ଓଡ଼ିଶାର ଆୟୋଜନକୁ ବେଶ ପ୍ରଶଂସା କରିଥିବା ବେଳେ ବିଦେଶୀ ଖେଳାଳି ମଧ୍ୟ ଓଡ଼ିଶା ସରକାରଙ୍କ ସହଯୋଗ ଓ ପ୍ରୋତ୍ସାହନକୁ ଭୁରି ପ୍ରଶଂସା କରିଥିଲେ। ଫିଫା ବିଶ୍ୱକପ ଅଭିଯାନ କଳିଙ୍ଗ ଷ୍ଟାଡ଼ିୟମରେ ଶେଷ ହୋଇଥିବା ବେଳେ ଏବେ ବାକି ଥିବା ମ୍ୟାଚ ଗୋଆ ଓ ନାଭି ମୁମ୍ବାଇରେ ଜାରି ରହିବ। ପ୍ରଥମ ଥର ପାଇଁ ଫିଫା ବିଶ୍ୱକପରେ ଭାରତୀୟ ମହିଳା ଟିମ ଅଂଶଗ୍ରହଣ କରି ବିଜୟର ସ୍ୱାଦ ଚାଖି ନଥିବା ସତ୍ତ୍ବେ ଭାରତୀୟ ମହିଳା ଟିମ କିନ୍ତୁ ଉପସ୍ଥିତ ଦର୍ଶକ୍ତଙ୍କ ମନ ଜିଣିଥିଲେ। ଶେଷ ମ୍ୟାଚ୍ ରେ ଭାରତ ବ୍ରାଜିଲ ଠାରୁ ୫-୦ ଗୋଲ୍ ରେ ହାରିଛି ।

Leave a Reply

Your email address will not be published. Required fields are marked *