କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ : ନେରେଡିିବାଲସାରେ ନିଜ ସରକାରଙ୍କ ଯୋଜନାର କଲେ ପ୍ରଚାର

କୋଟିଆରେ ଓଡ଼ିଶାର ପ୍ରଭାବକୁ ହ୍ରାସ କରିବା ପାଇଁ ଆନ୍ଧ୍ରପ୍ରଦେଶ ଉଦ୍ୟମ ଜାରି ରଖିଛି । ଏଥିପାଇଁ ପ୍ରଶାସନ ଏବଂ ଶାସକ ଦଳ ପୁରା ଜୋର ଲଗାଇ ଦେଇଛନ୍ତି । ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କୋଟିଆ ପଞ୍ଚାୟତର ନେରେଡିବାଲସାଠାରେ ପହଞ୍ଚି ଆନ୍ଧ୍ର ସରକାରଙ୍କ ଯୋଜନାର ଭରପୁର ପ୍ରଚାର କରିଛନ୍ତି । ଘର ଘର ବୁଲି ଆନ୍ଧ୍ର ଯୋଜନାରେ ଲାଭ ପାଉଥିବା ହତାଧିକାରୀଙ୍କୁ ଭେଟିଛନ୍ତି । ଅଧିକାରୀଙ୍କ ଉପସ୍ଥିତିରେ ଯୋଜନାଗୁଡ଼ିକ କିପରି କାର୍ଯ୍ୟକାରୀ ହେଉଛି ତାହାର ସମୀକ୍ଷା କରିଥିବା ଜଣାପଡ଼ିଛି । ଶାନ୍ତିପୂର୍ଣ୍ଣ ସମାଧାନ ବଦଳରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରି କଳି ବଢ଼ାଇବାକୁ ଆନ୍ଧ୍ର ଉଦ୍ୟମ କରୁଥିବା ଏହି ଘଟଣାରୁ ସ୍ପଷ୍ଟ ହେଉଛି ।

ଏହି ଅଞ୍ଚଳରେ ଓଡ଼ିଶାଠାରୁ ନିଜର ପତିଆରା ରହିଥିବା ଦର୍ଶାଇବାକୁ ଆନ୍ଧ୍ରପ୍ରଦେଶ ଉଦ୍ୟମ କରିଆସିଛି । ଏଥିପାଇଁ ପ୍ରଶାସନ ଏବଂ ଶାସକ ଦଳ ପୂରା ଜୋର୍‌ ଲଗାଇ ଦେଇଛି । ଭତ୍ତା, ରାସନ, ପାନୀୟ ଜଳ, ବିଦ୍ୟୁତ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟାଳୟ, ଆମ୍ମାବାଡ଼ି, ଜଙ୍ଗଲ ଜମି ପଟ୍ଟା ଭଳି ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଯୋଡ଼ିବା ପାଇଁ କସରତ କରୁଛି । ତେବେ, ନେରେଡ଼ିବାଲସାରେ ଆନ୍ଧ୍ରପ୍ରଦେଶ ପ୍ରଭାବ ବିସ୍ତାର କରିବାର ଏହା ପ୍ରଥମ ଘଟଣା ନୁହେଁ।

ଗତ ୧୭ ତାରିଖରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ନେରେଡିବାଲାସା ଗାଁରେ ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ନେରେଡିବାଲସା, ଆର୍ଜୁବାଲସା, ଧୂଳିପଦର, ପାନକୁବାଲସା ଆଦି ଗାଁର ଲୋକ ଯୋଗଦେଇଥିଲେ। ପଟାଙ୍ଗି ବିଡିଓ ଓ ତହସିଲଦାରଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଲୋକ ନିଜ ସମସ୍ୟା ଜଣାଇଥିଲେ । ଦୁଇଦିନ ପରେ ସେହି ନେରେଡିବାଲାସା ଗାଁକୁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀକୁ ସମୀକ୍ଷା ପାଇଁ ବାଛିବା ଏବଂ ଘର ଘର ବୁଲି ସରକାରଙ୍କ ଯୋଜନାର ପ୍ରଚାର କରିବା ଆଦୌ ସଂଯୋଗ ନୁହେଁ ।

Leave a Reply

Your email address will not be published. Required fields are marked *