ବାତ୍ୟା ସିତ୍ରାଙ୍ଗ : ଓଡିଶାରେ ସିଧାସଳଖ ହୋଇନପାରେ ମାଡ; ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ

ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ହୋଇନପାରେ । ତାଙ୍କ ଆକଳନ ଅନୁସାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ଲଘୁଚାପର ରୂପ ନେଇସାରିଛି । ଦକ୍ଷିଣ ବଙ୍ଗୋପସାଗରରେ ପ୍ରତିକୂଳ ପାଗ ଯୋଗୁ ୨୨ ତାରିଖ ପର୍ଯ୍ୟନ୍ତ ସେହି ଦକ୍ଷିଣ ବଙ୍ଗୋପସାଗରରେ ହିଁ ରହିବ । ୨୨ ତାରିଖ ବା ୨୩ ତାରିଖ ସକାଳ ସୁଦ୍ଧା ଏହା ଗଭୀର ଅବପାତ ରୂପ ନେଇପାରେ ।

୨୩ରୁ ୨୫ ଭିତରେ ଏହା ଘନୀଭୂତ ହେବ । ୨୩ ତାରିଖରୁ ଏହାର ଗତିପଥର ତିନିଟି ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ । ତାଙ୍କ ଆକଳନ ଅନୁସାରେ ପ୍ରଥମଟି ହେଉଛି କେନ୍ଦ୍ରାପଡ଼ାରୁ ଦିଘାର ସଂଲଗ୍ନ ଅଞ୍ଚଳ, ଦ୍ୱିତୀୟଟି ହେଉଛି ସାଗର ଦ୍ୱୀପପୁଞ୍ଜ ଓ ତୃତୀୟଟି ହେଉଛି ବାଂଲାଦେଶର ଚିତଗଙ୍ଗ ଅଞ୍ଚଳ। ବାତ୍ୟା ପଶ୍ଚିମବଙ୍ଗ ଓ ସଂଲଗ୍ନ ସାଗର ଦ୍ୱୀପପୁଞ୍ଜ ମୁହାଁଇବା ସମ୍ଭାବନା ଅଧିକ ରହିଛି । ୨୫ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିପାରେ ବୋଲି ସେ ଆକଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *