ଯୁବବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ସବୁଠୁ ବଡ ଗିଫ୍ଟ, ରୋଜଗାର ମେଳାର ଶୁଭାରମ୍ଭ କରିବେ ମୋଦି

୨୨/୧୦: ଦୀପାବଳି ଅବସରରେ ଯୁବବର୍ଗଙ୍କୁ ଦେବେ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ୧୦ ଲକ୍ଷ ନିଯୁକ୍ତି ଦିଆଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ଦିଆଯିବ । ପ୍ରାଥମିକ ପର୍ଯ୍ୟାୟରେ ଆଜି ପ୍ରଧାନମନ୍ତ୍ରୀ ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଯୁବବର୍ଗଙ୍କୁ ଚାକିରି ଦେବା ପାଇଁ ଧନତେରାସ ଅବସରରେ ମେଗା ରୋଜଗାର ମେଳା ଅନୁଷ୍ଠିତ ହେବ ।

ଭିଡିଓ କନ୍ଫରେନ୍ସରେ ଯୁବକଙ୍କ ସହ ଯୋଡି ହେବେ ମୋଦି । ଦେଶର ୭୫ଟି ସ୍ଥାନରେ ଏନେଇ କାର୍ଯ୍ୟକ୍ରମ କରାଯିବ । ଦେଶର ବିଭିନ୍ନ ସହରରୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଏହି କାର୍ଯ୍ୟକ୍ରମରେ ଯୋଡିହେବେ । ଭିଡିଓ କନଫରେନ୍ ସିଂ ଜରିଆରେ ୭୫ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଏଥିପାଇଁ ରକାରୀ ଦେଶରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ମିଶନ ମୋଡରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଡିସେମ୍ବର ୨୦୨୩ ମଧ୍ୟରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏହି ସବୁ ନିଯୁକ୍ତି ୟୁପିଏସସି, ଏସଏସସି, ରେଳବାଇ ଭର୍ତ୍ତି ବୋର୍ଡ ଓ ଅନ୍ୟ କେନ୍ଦ୍ରୀୟ ନିଯୁକ୍ତି ସଂସ୍ଥା ମାଧ୍ୟମରେ ହେବ। ଏହି ସବୁ ନିଯୁକ୍ତି କେନ୍ଦ୍ର ସରକାରଙ୍କ ୩୮ ବିଭାଗ/ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ। ଜୁନ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ଦେଢ଼ ବର୍ଷ ଭିତରେ ଦେଶରେ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା ବାବଦରେ ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ୩୮ ମନ୍ତ୍ରାଳୟ ଓ ଏହାର ବିଭାଗ ଦ୍ୱାରା ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛି ପିଏମଓ ।

Leave a Reply

Your email address will not be published. Required fields are marked *