ମାଟ୍ରିକ ପଢୁଆ ସାଜିଥିଲେ ଡାକ୍ତର : ଦେବଗଡରେ କ୍ଲିନିକ ଖୋଲି ଲୋକଙ୍କୁ ଠକୁଥିଲେ

ବେଆଇନ ଭାବେ କ୍ଲିନକ ଖୋଲିଥିଲେ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ, ହେଲେ ଡାକ୍ତର ସାଜିଥିଲେ । ଚିକିତ୍ସା ନାଁରେ ଲୋକଙ୍କୁ ଦୀର୍ଘଦିନ ହେଲା ଠକେଇ କରୁଥିଲେ । ଏଭଳି ଅଭିଯୋଗ ପାଇବା ପରେ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୁଲିସ । ଦେବଗଡ ଥାନା ଅନ୍ତର୍ଗତ କଦମ୍ବଦର୍ହ ଗାଁରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଠକୁଥିବା ନକଲି ଡାକ୍ତରଙ୍କୁ ପୁଲିସ ଗିରଫ କରିଛି । ଏଥିସହ ବେଆଇନ କ୍ଲିନିକରୁ ଲକ୍ଷାଧିକ ଟଙ୍କାର ଔଷଧ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *