ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଏକାସାଙ୍ଗେ ୬ଟି ସ୍ଥାନରେ ଚାଲିଛି ଚଢାଉ

୨୮।୧୦: ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭୁବନେଶ୍ୱର RWSS ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ ।

ଖବର ଅନୁଯାୟୀ, ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ  ଖୋର୍ଦ୍ଧା, ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ଆଦି ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ତାଙ୍କ ବାସଭବନ , ଅଫିସ ଏବଂ ସଂପର୍କୀୟଙ୍କ ଘର ସାମିଲ ରହିଛି ।

ତେବେ ଭୁବନେଶ୍ୱର ସ୍ପେଶାଲ ଭିଜିଲାନ୍ସ ଜଜ୍‌ଙ୍କ ନିର୍ଦ୍ଦେଶରେ ଚାଲିଛି ଚଢାଉ । ଏହି ଚଢାଉରେ ପାଞ୍ଚ ଜଣ ଡିଏସ୍‌ପି, ୧୨ ଇନ୍‌ସପେକ୍ଟର, ୧୧ ଏଏସଆଇ ସାମିଲ ରହିଛନ୍ତି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସବିଶେଷ ତଥ୍ୟ ହାସଲ ହୋଇନାହିଁ ।

Leave a Reply

Your email address will not be published. Required fields are marked *