ମହାବାତ୍ୟାକୁ ପୂରିଛି ୨୨ ବର୍ଷ, ଏବେ ବି ମନରୁ ଲିଭିନି ଧ୍ୱସ୍ତ ବିଧ୍ୱସ୍ତର କରାଳ ରୂପ

୨୯/୧୦: ଆଜି ଅକ୍ଟୋବର ୨୯ । ୧୯୯୯ ମସିହା ମହାବାତ୍ୟାକୁ ୨୨ ବର୍ଷ ପୂରି ୨୩ ବର୍ଷ ଚାଲିଲା । ହେଲେ ଏବେବି ଲୋକଙ୍କ ମନରୁ ଲିଭିନି ସେହି କରାଳ ରୂପ ।

ମହାବାତ୍ୟାର ରୂପ ଥିଲା ଭୟଙ୍କର । କରାଳ କାୟାରେ ଛାରଖାର ହୋଇଗଲା ଅନେକ ପରିବାର, ଧ୍ୱସଂସ୍ତୁପରେ ପରିଣତ ହେଲା ଘରଦ୍ବାର । ମହାବାତ୍ୟା ତ ସାରା ରାଜ୍ୟକୁ ଗ୍ରାସ କରିଥିଲା । କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳର ଅନେକ ଜିଲ୍ଲା । ଏଭିତରେ ୧୯୯୯ ମହାବାତ୍ୟାକୁ ୨୨ ବର୍ଷ ବିତି ଗଲାଣି କିନ୍ତୁ ବଦଳିନି ଚିତ୍ର । ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନି ସେହି ହୃଦୟ ବିଦାରକ ଦୃଶ୍ୟ । ସେମିତି ଲୋକ ସଚେତନ ହୋଇଛନ୍ତି କିନ୍ତୁ ସ୍ଥିତି ଦେଖିଲେ ଲାଗୁଛି ଆଜି ପର୍ଯ୍ୟନ୍ତ ଯେମିତି ଚେତିନି ପ୍ରଶାସନ ।

୧୯୯୯ ମହାବାତ୍ୟାକୁ ପୁରିଲା ୨୨ ବର୍ଷ । ବାତ୍ୟାର କରାଳ ଗ୍ରାସରେ ନିମିଷକ ମଧ୍ୟରେ ଧୁଳିସାତ ହୋଇ ଗଲା ଅନେକ ଧନ ଜୀବନ । ଧ୍ବସଂସ୍ତୁପରେ ପରିଣତ ହୋଇଯାଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ। ୧୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ସେଦିନର ଲୋମ ହର୍ଷଣକାରୀ ଦୃଶ୍ୟ ଅଙ୍ଗେ ନିଭାଇଥିବା ଲୋକଙ୍କ ମନରେ ଏବେବି ତାଜା ଅଛି ପୁରା ଘଟଣା ।

ଏହାରି ଭିତରେ ୨୨ ବର୍ଷ ବିତିଗଲାଣି । ଅନେକ ପରିମାଣରେ ବଦଳି ଗଲାଣି ଏରସମାର ଦୃଶ୍ୟପଟ୍ଟ । ହଲେ ତଥାପି ଲିଭିନି ପ୍ରଳୟର ଚିହ୍ନ । ସେ ଦିନର କଥା ମନେ ପଡିଲେ ଆଖିରୁ ଲୁହ ଗଡାଉଛନ୍ତି ଏରସମା ଅଞ୍ଚଳର ଲୋକେ। ହେଲେ ଅନେକ ଗାଁରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନି ବିକାଶର ପଦଚିହ୍ନ ।
ସମୁଦ୍ର ଠାରୁ ୨ କିଲୋମିଟର ଦୂରରେ ଏରସମା ବ୍ଲକ ଡିଗିରୀ ଓ ସାହାଙ୍ଗା ଗାଁରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ହେଲେ ଏବବି ଏହି ଲୋକେ ଅନେକ ସମସ୍ୟା ଭିତରେ ଗତି କରୁଛନ୍ତି।

ଗାଁ ଭିତରେ ବସିଥିବା ନଳକୂପରୁ ଲୁଣି ପାଣି ବାହାରୁଥତ୍ବାରୁ ଲୋକେ ୫ କିମି ଦୂରରୁ ପ୍ରତି ଦିନ ପାଣି ଟୋପାଏ ଆଣିବାକୁ ଯାଇ ନୟାନ୍ତ ହେଉଛଛନ୍ତି। ବର୍ଷା ଦିନ ହେଲେ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଗାଁ ନିକଟରେ କୌଣସି ବାତ୍ୟା ଆଶ୍ରୟସ୍ଥଳୀ ନଥିବାରୁ ଯେତେବେଳେ ବାତ୍ୟା ଆସେ ଲୋକେ ସେଥିପାଇଁ ଭୟଭୀତ ହୋଇପଡ଼ନ୍ତି। ଦିନ ବିତିଛି କିନ୍ତୁ ଦୁଃଖ କମିନି ।

Leave a Reply

Your email address will not be published. Required fields are marked *