ଘରୋଇ କର୍ମଚାରୀଙ୍କୁ ବି ମିଳିବ ପେନସନ୍, ଜାଣନ୍ତୁ ଏହାର ସବିଶେଷ ନିୟମ ।

କେବଳ ଯେ ସରକାରୀ କର୍ମଚାରୀଙ୍କୁ ଅବସର ପରେ ପେନସନ୍ ମିଳିବ ତାହା ନୁହେଁ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଅବସର ପରେ ମିଳିବ ପେନସନ୍ । କେବଳ ଇପିଏଫର କିଛି ନିୟମକୁ ମାନିବାକୁ ପଡିବ । ଇପିଏଫଓ ନିୟମ ଅଧାରରେ କୌଣସି ଘରୋଇ ସଂସ୍ଥାରେ କେହି ୧୦ ବର୍ଷ ବା ତଦୁଦ୍ଧ୍ୱର୍ ସମୟ ଚାକିରି କଲେ ତାଙ୍କର ପେନସନ୍ ଲାଗୁ ହେବ । ଏଥିପାଇଁ କିଛି ନିୟମ ରହିଛି । ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ବ୍ୟକ୍ତିଙ୍କ ଦରମାର କିଛି ଅଂଶ ପିଏଫ୍ ଭାବେ କାଟ୍ କରାଯାଏ, ଯାହା ପ୍ରତି ମାସରେ ଉକ୍ତ ବ୍ୟକ୍ତିଙ୍କ ପିଏଫ୍ ଆକାଉଣ୍ଟ ଜମା କରାଯାଏ । ନିୟମ ମୁତାବକ, କର୍ମଚାରୀଙ୍କ ମୂଳ ଦରମା(Basic salary) + ଡିଏ ମିଶାଇ ଯାହା ହୁଏ ତା’ର ୧୨ ପ୍ରତିଶତ ପିଏଫ୍ ଆକାଉଣ୍ଟରେ ଜମା ହୁଏ । ସାଧାରଣତଃ କର୍ମଚାରୀଙ୍କ ବେତନ ଓ ଡିଏର ୮.୩୩ ପ୍ରତିଶତ କର୍ମଚାରୀଙ୍କ ପେନସନ୍ ଯୋଜନାକୁ ଯାଏ ଏବଂ ପ୍ରତିମାସରେ ୩.୬୭ ପ୍ରତିଶତ ଇପିଏଫ୍ରେ ଜମା ରୁହେ । ଯଦି ଏହି କ୍ରମାଗତ ଭାବେ ୧୦ ବର୍ଷ ଯାଏଁ କର୍ମଚାରୀଙ୍କ ଇପିଏଫ୍ ଜମା ହୁଏ, ତେବେ ଅବସର ପରେ ତାଙ୍କର ପେନସନ୍ ଲାଗୁ ହେବ । ତେବେ ଯଦି କର୍ମଚାରୀ ଏହା ମଧ୍ୟରେ ଅନ୍ୟ କୌଣସି ସଂସ୍ଥାକୁ ବଦଳି ହୁଅନ୍ତି ବା ମଝିରେ କିଛି ଦିନର ଛୁଟି ନିଅନ୍ତି ତାହେଲେ ବି ତାଙ୍କୁ ଏହାର ଉପକାର ମିଳିବ । ସେ ଚାହିଁଲେ ଯେ କୌଣସି ସମୟରେ ଇପିଏଫର ଏହି ଜମା ରାଶିକୁ ଉଠାଇପାରିବେ ।

Leave a Reply

Your email address will not be published. Required fields are marked *