ବାଲେଶ୍ୱରରୁ ଜବତ ହେଲା ୧୧ କୋଟି ଟଙ୍କାର ବ୍ରାଉନସୁଗାର । ମଧ୍ୟପ୍ରଦେଶର କିଙ୍ଗପିନଙ୍କ ସହ ୫ ମାଫିଆ ଗିରଫ

ବାଲେଶ୍ୱର ଜିଲ୍ଲା ପାଲଟିଛି ନିଶା ବେପାରୀଙ୍କ ସ୍ୱର୍ଗ । ଫୁଲାଡ଼ି ଛକ ନିକଟରୁ ଜବତ ହୋଇଛି ୧୦ କେଜିର ବ୍ରାଉନସୁଗାର । ଯାହାର ଆନୁମାନିକ ମୂଲ୍ୟ ୧୧ କୋଟି ଟଙ୍କାରୁ ଅଧିକ ବୋଲି କହିଛି ପୁଲିସ । ଏତେ ପରିମାଣର ଧଳା ଜହର ଜବତ ହେବା ପୁଲିସକୁ ବି ଚକିତ କରିଦେଇଛି ।
ଚଳିତ ବର୍ଷର ସବୁଠୁ ଅଧିକ ପରିମାଣର ବ୍ରାଉନସୁଗାର ଜବତ କରିଛି ପୁଲିସ । ଏହି ର୍ୟାକେଟରେ ସଂପୃକ୍ତ ଥିବା ୬ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ୫ ଜଣ ଅଭିଯୁକ୍ତ ସହଦେବଖୁଂଟା ଥାନା ଅରଡ଼ ବଜାର ଅଂଚଳର ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଆୟୁବର ଘର ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଏଭଳି କାରବାର ନେଇ ପୂର୍ବରୁ ସୂଚନା ପାଇଥିବା ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବାଲେଶ୍ୱର ଏସପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ।ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅପରେସନ୍ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରାଯାଇଥିଲା । ପରେ ବାଉନସୁଗାରକୁ ନେଇ ଡିଲ ଚାଲିଥିବା ପୁଲିସ ଟିମ ଚଢାଉ କରି ବ୍ରାଉନସୁଗାର ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *