କୋହଲିଙ୍କ ‘ବିରାଟ’ ରେକର୍ଡ, ଟି-୨୦ ବିଶ୍ୱକପ୍‌ରେ ପୂରଣ କଲେ ୧୦୦୦ ରନ୍‌

୩୧/୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ସୁପର-୧୨ ରାଉଣ୍ଡ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କ ନାମରେ ଏକ ରେକର୍ଡ଼ ଯୋଡ଼ି ହୋଇଯାଇଛି । ସେ ଭାରତର ପ୍ରଥମ ଏବଂ ବିଶ୍ୱର ଦ୍ୱିତୀୟ ବ୍ୟାଟର ଭାବେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ୧୦୦୦ରନ୍‌ ପୂରଣ କରିଛନ୍ତି । ପୂର୍ବରୁ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଏହି ସଫଳତା ହାସଲ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି ମାତ୍ର ୧୨ରନ୍‌ କରି ୧୦୦୦ରନ୍‌ କ୍ଲବ୍‌ରେ ସାମିଲ୍‌ ହୋଇଥିଲେ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ ରେକର୍ଡ଼ ଜୟବର୍ଦ୍ଧନେଙ୍କ ନାମରେ ରହିଛି । ସେ ୩୧ଟି ମ୍ୟାଚ୍‌ରେ ୧୦୧୬ରନ୍‌ କରିଥିଲେ । କୋହଲି ୨୪ଟି ମ୍ୟାଚ୍‌ରୁ ୧୦୦୧ରନ୍‌ ସଂଗ୍ରହ କରିସାରିଛନ୍ତି । ଏହି ତାଲିକାରେ ୱେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ (୯୬୫) ତୃତୀୟ, ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା (୯୧୯) ଦଚତୁର୍ଥ ସ୍ଥାନରେ ରହିଛନ୍ତି । ଚଳିତ ବିଶ୍ୱକପ୍‌ରେ କୋହଲି ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ଅପରାଜିତ ୮୨ (ପାକିସ୍ତାନ) ଏବଂ ଅପରାଜିତ ୬୨ (ନେଦରଲାଣ୍ଡ୍‌ସ) ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ ।

Leave a Reply

Your email address will not be published. Required fields are marked *