ଫୁଟବଲ ସହ ଯୋଡି ହେବେ ଅଢେଇ କୋଟି ଛାତ୍ରଛାତ୍ରୀ । ଫୁଟବଲ ଫର ସ୍କୁଲ ପାଇଁ ସ୍ୱାକ୍ଷର ହେଲା ଏମ୍ଓୟୁ ।

 ଦେଶରେ ଫୁଟବଲ୍ ଫର ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଶିକ୍ଷା ମନ୍ତ୍ରାଳୟ, ଫିଫା ଓ ସର୍ବ ଭାରତୀୟ ଫୁଟବଲ ସଂଘ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଫିଫାର ସଭାପତି, ଏଆଏଫ୍ଏଫ୍ର ସଭାପତି ଏହି ଏମ୍ଓୟୁରେ ସ୍ୱାକ୍ଷର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦେଶର ୨ କୋଟି ୫୦ ଲକ୍ଷ ସ୍କୁଲ ପିଲାଙ୍କୁ ଫୁଟବଲ ଖେଳ ସହ ଯୋଡାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ ।

ଦେଶରେ ଫୁଟବଲକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଏପରି କାର୍ଯ୍ୟକ୍ରମ ତାଙ୍କୁ ବ୍ୟକ୍ତିଗତ ଭାବେ ଖୁସି ଦେଇଛି । ପିଲାଙ୍କୁ ଶାରୀରିକ ଭାବେ ସୁସ୍ଥ ରଖିବା ଜାରତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ଦିନରେ କ୍ରୀଡାକୁ କ୍ରେଡିଟ୍ ଫ୍ରେମ୍ୱାର୍କରେ ରୂପାନ୍ତରଣ କରାଯିବ । ମୋଦୀ ସରକାର ଖେଳକୁ ହିଁ ପାଠପଢାର ମାନ୍ୟତା ଦେଉଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ ପ୍ରଧାନ ।

Leave a Reply

Your email address will not be published. Required fields are marked *