ଜୟପୁର ସହରକୁ ଆରମ୍ଭ ହେବ ବିମାନ ସେବା । ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ରାଜ୍ୟର ଆଉ ଏକ ସହରକୁ ଆରମ୍ଭ ହେବ ବିମାନ ସେବା । ଆଜି ଭୁବନେଶ୍ୱରରୁ ଜୟପୁରକୁ ଉଡିବ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ଦିନ ୧୦ଟା ୩୦ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ପ୍ରଥମ ବିମାନ ଭୁବନେଶ୍ୱରରୁ ଜୟପୁର ଯିବ । ଯାତ୍ରୀଙ୍କ ପାଇଁ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖାଯାଇଛି । ଉଭୟ ଭୁବନେଶ୍ୱରରୁ ଜୟପୁର ଏବଂ ଜୟପୁରରୁ ଭୁବନେଶ୍ୱର ଯିବା ପାଇଁ ଟିକେଟର ମୂଲ୍ୟ ୯୯୯ ରଖାଯାଇଥିବା ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଝାରସୁଗଡା ସହରକୁ ବିମାନ ସେବା ଆରମ୍ଭ ହୋଇଥିଲା । ଆଉ ଏବେ ଜୟପୁରକୁ ବିମାନ ଉଡିବ ।

Leave a Reply

Your email address will not be published. Required fields are marked *