ଆଜିଠୁ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା : ୧୪୦୦ ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଯାତ୍ରା

 ଆଜିଠୁ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା । ୧୪୦୦ ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଯାତ୍ରା । ଲେଜର ସୋ’, କଟକ ଇନ୍ କଟକ ମୁଖ୍ୟ ଆକର୍ଷଣ । କରୋନା ଯୋଗୁଁ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ଜମିବ ୭୦ ଲକ୍ଷ ଲୋକଙ୍କ ଆଗମନ । ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ । ତେବେ ଚଳିତବର୍ଷ ବାଲିଯାତ୍ରାରେ ନୂଆ କରି ବାଲିଯାତ୍ରା ମହାନଦୀରେ ଲେଜର ଲାଇଟ ‌ସୋ ବା ଲାଇଟ ଆଣ୍ଡ ସାଉଣ୍ଡ, ‘କଟକ ଇନ କଟକ’ ପାଭେଲିୟନ ପରିକଳ୍ପନା କରାଯାଇଛି ।

ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର ମସଜିଦ ଗୁରୁଦ୍ଵାର ସବୁ ଦେଖିବାକୁ ମିଳିବ ଏଥିସହ ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର, ରେଳଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ଗେଟ ଦେଖିବାକୁ ମିଳିବ ବୋଲି କହିଛନ୍ତି ଡ଼ିଆରଡ଼ିଏ ଅମ୍ବର କର । ସେପଟେ ଚଳିତବର୍ଷ ବାଲିଯାତ୍ରାକୁ ଲକ୍ଷାଧିକ ଲୋକ ଆସିବେ । ଭିଡ ନିୟନ୍ତ୍ରଣ କରିବା ନେଇ ଟ୍ରାଫିକ ବ୍ୟବସ୍ଥା ଓ ଉଭୟ ପଡିଆରେ ଜନସାଧାରଣ କିଭଳି ଶାନ୍ତି ଶୃଙ୍ଖଳାରେ ଉପଭୋଗ କରିବେ ତାହା ଉପରେ ପୁଲିସର କଡା ନଜର ରହିବ । ଏଥିସହ ଚଳିତବର୍ଷ ନୂତନ କରି ଚାରୋଟି ପୁଲିସ ସପୋର୍ଟ ପୋଷ୍ଟ ଖୋଲାଯିବ ଯେଉଁଥିରେ ଜନ ସାଧାରଣଙ୍କ ସମସ୍ୟା ହେଲେ ଥାନାକୁ ନ ଯାଇ ଅନସ୍ପଟ ଏକ ଫର୍ମ ଯୋଗେ ଏତଲା ଦେଇ ପାରିବ ।

Leave a Reply

Your email address will not be published. Required fields are marked *