୧୯ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ଚଳିତ ମାସ ୧୯ରେ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ ରହିବ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି ।ଏଆଇବିଏ ର ସଦ୍ୟସମାନେ ଏହି ଧର୍ମଘଟରେ ସାମିଲ ହେଉଥିବା ଯୋଗୁ ଦେଶର ଚାରିଆଡେ ବ୍ୟାଙ୍କ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଏଠାରେ ସୂଚନାଯୋଗ୍ୟ ଯେ ନଭେମ୍ବର ୧୯ ହେଉଛି ମାସର ତୃତୀୟ ଶନିବାର । ସମସ୍ତ ବ୍ୟାଙ୍କ ମାସର ପ୍ରଥମ ଏବଂ ତୃତୀୟ ଶନିବାର ଦିନ ଖୋଲା ରହିଥାଏ । ଅପରପକ୍ଷେ ନଭେମ୍ବର ୨୦ ଅବିବାର ପଡୁଛି, ଯେଉଁଦିନ ବ୍ୟାଙ୍କ ଛୁଟି ଧର୍ମଘଟ ଫଳରେ କ୍ରମାଗତ ଭାବେ ଦୁଇ ଦିନ ଧରି ଗ୍ରାହକ ବ୍ୟାଙ୍କ ସେବା ପାଇବାରୁ ବଂଚିତ ହେବେ । ଏହା ବ୍ୟତୀତ ଧର୍ମଘଟ ଯୋଗୁଁ ଏଟିଏମ ସେବା ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *