ଟି-୨୦ ବିଶ୍ୱକପ : ଭାରତ-ଇଂଲଣ୍ଡ ସେମିଫାଇନାଲ ମୁକାବିଲା; ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚିନ୍ତାରେ ଇଂଲଣ୍ଡ

 ଆଜି ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ । ଆଡିଲେଡରେ ମୁହାଁମୁହିଁ ହେବେ ଭାରତ ଏବଂ ଇଂଲଣ୍ଡ । ୨୦୧୨ ଟି-୨୦ ବିଶ୍ୱକପରେ ଦୁଇ ଦଳ ଅନ୍ତିମ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ଦୁଇ ଦଳ ଆଡିଲେଡ ଗ୍ରାଉଣ୍ଡରେ ଓହ୍ଲାଇବା ପୂର୍ବରୁ ଜୋରଦାର ଅଭ୍ୟାସ କରିଛନ୍ତି । ଯିଏ ମ୍ୟାଚ ଜିତିବ ସେ ଫାଇନାଲକୁ ଉନ୍ନୀତ ହେବ ଏବଂ ପାକିସ୍ତାନ ସହିତ ମ୍ୟାଚ ଖେଳିବ । ଆଜିର ଏହି ମୁକାବିଲା ଭାରତକୁ ପୁଣିଥରେ ବିଶ୍ୱକପ ଫାଇନାଲରେ ପହଞ୍ଚି ଟାଇଟେଲ ଜିତିବାକୁ ସୁଯୋଗ ଦେବ ।

ସେହିପରି ଇଂଲଣ୍ଡ ମଧ୍ୟ ଚାହିଁବ ଭାରତକୁ ପରାସ୍ତ କରି ଟାଇଟେଲ ଜିତିବାକୁ । ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରେକର୍ଡ କହୁଛି ଭାରତ ସପକ୍ଷରେ ଏହି ମ୍ୟାଚ ଯିବ । ଟିମ୍ ଇଣ୍ଡିଆକୁ ସାମ୍ନା କରିବାକୁ ଇଂଲଣ୍ଡ ରଣନୀତି ପ୍ରସ୍ତୁତ କରିଛି । ଏହି ପିଚରେ କିଙ୍ଗ କୋହଲଙ୍କୁ ଜବରଦସ୍ତ ପ୍ରଦର୍ଶନ ରହିଛି । ସେହିପରି ଫର୍ମରେ ଥିବା ଟିମ୍ ଇଣ୍ଡିଆର ସ୍କାଏ ବା ସୂର୍ଯ୍ୟକୁମାର ଯାଦବଙ୍କ ଅନ୍ତିମ ମ୍ୟାଚର ବ୍ୟାଟିଂକୁ ଦେଖି ଚିନ୍ତାରେ ଇଂଲଣ୍ଡ ।

ସେହିପରି ଭାରତ ମଧ୍ୟ ଓପନିଂ ଯୋଡିକୁ ନେଇ ଚିନ୍ତାରେ । କେ ଏଲ ରାହୁଲ ଫର୍ମକୁ ଫେରିଥିବା ବେଳେ କ୍ୟାପଟେନ ରୋହିତ ଶର୍ମା ବଡ ସ୍କୋର କରିନପାରିବା ଦଳ ପାଇଁ ପ୍ରମୁଖ କାରଣ ପାଲଟିଛି । ତେବେ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ତିନି ଥର ମ୍ୟାଚ ଖେଳିଛି । ଯେଉଁଥିରୁ ୨ଟି ଜିତିଛି । ୨୦୦୭ରେ ଭାରତ ଚାମ୍ପିଅନ ହୋଇଥିବା ବେଳେ ୨୦୧୪ରେ ରନର୍ସ ଅପ୍ ହୋଇଥିଲା ସେହିପରି ୨୦୧୬ରେ ଭାରତ ୱେଷ୍ଟଣ୍ଡିଜଠାରୁ ହାରିଯାଇଥିଲା ।

ସମ୍ଭାବ୍ୟ ଭାରତ ୧୧ : କେଏଲ୍‌ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ୍‌, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ଇଂଲଣ୍ଡ ୧୧ : ଆଲେକ୍ସ ହେଲ୍‌ସ, ଜୋସ୍‌ ବଟଲର୍‌, ବେନ୍‌ ଷ୍ଟୋକ୍‌ସ, ହାରି ବ୍ରୁକ୍‌, ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ୍‌, ମୋଇନ୍‌ ଅଲୀ, ଫିଲ୍‌ ସଲ୍ଟ, ସାମ୍‌ କରନ୍‌, କ୍ରିସ୍‌ ୱକ୍ସ, ଆଦିଲ୍‌ ରସିଦ୍‌, ମାର୍କ ଉଡ୍‌/ଡେଭିଡ୍‌ ୱିଲି।

Leave a Reply

Your email address will not be published. Required fields are marked *