ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ନିଷ୍ପତ୍ତି : ୟୁକ୍ରେନରୁ ସେନା ପ୍ରତ୍ୟାହାର ପାଇଁ ଦେଲେ ନିର୍ଦ୍ଦେଶ

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରୁଷ ଗସ୍ତରେ ଥିବା ବେଳେ ପୁଟିନ ବଡ ନିଷ୍ପତ୍ତି ନେଇଛନ୍ତି । ପୁଟିନ ୟୁକ୍ରେନରୁ ସେନା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି । ଏହାପରେ ୟୁକ୍ରେନ ସହ ରୁଷର ଯୁଦ୍ଧ ଶେଷ ଆଡକୁ ଯାଉଛି ବୋଲି କୁହାଯାଉଛି । ବୁଧବାର ରୁଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ସେନା ପ୍ରତ୍ୟାହାର ନେଇ ସୂଚନା ଦେଇଛନ୍ତି । ୟୁକ୍ରେନର ଚାରୋଟି ପ୍ରଦେଶ ମଧ୍ୟରୁ ଖେରସନ ସବୁଠୁ ବଡ ଅଞ୍ଚଳ ।

ପୁଟିନ ଏହାକୁ ବେଆଇନ ଭାବେ ଦଖଲ କରିଥିଲେ । ଏବଂ ପରେ ସେଠାରେ ସାମରିକ ଆଇନ ଲାଗୁ କରିଥିଲେ । ଖେରସନରୁ ସେନା ପ୍ରତ୍ୟାହାର କରିବାକୁ ପୁଟିନ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ମିଳିବା ପରେ ରୁଷ ଯୁଦ୍ଧରୁ ହାରୁଛି କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି । ରୁଷ ଏବଂ ୟୁକ୍ରେନ ସୈନ୍ୟବାହିନୀ ମଧ୍ୟରେ ପ୍ରାୟ ଆଠ ମାସରୁ ଅଧିକ ଦିନ ହେବ ଯୁଦ୍ଧ ଚାଲିଛି । ଯୁଦ୍ଧ ବେଳେ ୟୁକ୍ରେନର ଗାଁ ଏବଂ ସହରଗୁଡ଼ିକ ଧ୍ୱଂସ ହୋଇଯାଇଛି । ରୁଷର ଏପରି ନିଷ୍ପତ୍ତିକୁ ସନ୍ଦେହ ଦୃଷ୍ଟିରେ ଦେଖୁଛି ୟୁକ୍ରେନ । ୟୁକ୍ରେନର ରାଷ୍ଟ୍ରପତିଙ୍କ ଜଣେ ବରିଷ୍ଠ ପରାମର୍ଶଦାତା କହିଛନ୍ତି ଯେ ଦକ୍ଷିଣ ସହର ଖେରସନରୁ ରୁଷ ସୈନ୍ୟ ପ୍ରତ୍ୟାହାର ବିଷୟରେ ଏବେଠାରୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଠିକ ହେବ ନାହିଁ ।

ଖେରସନରୁ ରୁଷର ସୈନ୍ୟ ପ୍ରତ୍ୟାହାର ଏପରି ସମୟରେ ହୋଇଛି, ଯେଉଁ ସମୟରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ରୁଷ ଗସ୍ତରେ ଅଛନ୍ତି । ଏହି ଗସ୍ତ ବେଳେ ଜୟଶଙ୍କର ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ଭେଟି ଆଲୋଚନା କରିଥିଲେ । ରୁଷ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଭାରତ ଗୋପନରେ ଉଦ୍ୟମ କରୁଥିବା ନେଇ ଆମେରିକା ସମେତ ସମଗ୍ର ପାଶ୍ଚାତ୍ୟ ଜଗତରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *