ରାଜ୍ୟରେ ବଢିବ ଶୀତର ପ୍ରକୋପ, ୨ ଦିନରେ ୪ ଡିଗ୍ରୀ ଖସିବ ପାରଦ

୧୧।୧୧ : ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ଆସନ୍ତା ୨ ଦିନ ମଧ୍ୟରେ ପାରଦ ୪ ଡିଗ୍ରୀ ତଳକୁ ଖସିବ । ଫଳରେ ସମଗ୍ର ରାଜ୍ୟରେ ଥଣ୍ଡା ଅନୁଭବ ହେବ ।

ପାଣିପାଗ ବିଭାଗ ତଥ୍ୟ ଅନୁସାରେ, ପୂର୍ବରୁ ପୂର୍ବାବାୟୁ ପ୍ରଭାବରେ ବଙ୍ଗୋପସାଗରରୁ ଉଷ୍ମ ଜଳୀୟବାଷ୍ପ ପ୍ରବେଶ କରୁଥିଲା । ଫଳରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ଅନ୍ୟ ଅଞ୍ଚଳରେ କୋହଲା ପାଗ ରହୁଥିଲା । ଏବେ ମେଘମୁକ୍ତ ଆକାଶ ସହିତ ପୂର୍ବାବାୟୁ ଚଳନ କମିଛି । ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗୁରୁବାର ବୌଦ୍ଧରେ ତାପମାତ୍ରା ସର୍ବନିମ୍ନ ୧୩.୫ ଡିଗ୍ରୀ ତଳେ ରହିଛି । ଦକ୍ଷିଣ ପଶ୍ଚିମ ସଂଲଗ୍ନ ଭାରତ ମହାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାତ୍ର ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *