ଆହୁରି ଥରାଇବ ଶୀତ, ରାଜ୍ୟରେ ୪ ଡିଗ୍ରୀ ଖସିବ ତାପମାତ୍ରା

୧୨।୧୧ : ରାଜ୍ୟରେ ଆସନ୍ତା ୧୪ ତାରିଖ ସୋମବାରରୁ ଶୀତ ବଢ଼ିବ । ପାରଦ ପ୍ରାୟ ୩ରୁ ୪ ଡିଗ୍ରୀ ଖସିଯିବ। ଉପକୂଳରେ ଏବେ ଶୀତ କମ୍‌ ରହୁଛି । ଆଗକୁ ଉପକୂଳରେ ବି ଶୀତ ବଢ଼ିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଶୁକ୍ରବାର ବୌଦ୍ଧ ଓ ଦାରିଙ୍ଗିବାଡ଼ି ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ ହୋଇଛି । କୋରାପୁଟରେ ୧୪.୨, ଫୁଲବାଣୀରେ ୧୪.୫, ଭବାନୀପାଟଣାରେ ୧୫.୫, କେନ୍ଦୁଝରରେ ୧୬, ଝାରସୁଗୁଡ଼ାରେ ୧୬.୨, ଦେବଗଡ଼ରେ ୧୬.୫, ଅନୁଗୁଳରେ ୧୭, ବରଗଡ଼ରେ ୧୭.୮ ଏବଂ ଟିଟିଲାଗଡ଼ରେ ରାତି ତାପମାତ୍ରା ୧୮.୫ ଡିଗ୍ରୀ ରେକର୍ଡ଼ କରାଯାଇଛି ।

Leave a Reply

Your email address will not be published. Required fields are marked *