ରାଜ୍ୟରେ ବଢ଼ିବ ଶୀତ, ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସମ୍ଭାବନା

ରାଜ୍ୟରେ ଆଜିଠାରୁ ଶୀତ ବଢ଼ିବ । ରାତି ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଶୀତ ଅନୁଭୂତ ହେବ । ସେପଟେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ତାପମାତ୍ରା ୧୦ଡିଗ୍ରୀକୁ ଖସିଆସିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଆହୁରି ଖସିବ । ଆସନ୍ତା ଦୁଇ ଦିନ ଯାଏ ତାପମାତ୍ରା ପ୍ରାୟ ଦୁଇରୁ ତିନି ଡିଗ୍ରୀ ଖସିପାରେ । ସେଠାରେ ଧୀରେ ଧୀରେ ଅଧିକ ଶୀତ ଅନୁଭୂତ ହେବ । କିନ୍ତୁ ଉପକୂଳରେ ଏବେ ତାପମାତ୍ରା ଖସିବାର ବିଶେଷ ସମ୍ଭାବନା ନାହିଁ ।

ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୦ଡିଗ୍ରୀକୁ ଖସିଛି । ସିମିଳିଗୁଡାରେ ୧୧.୪, ଫୁଲବାଣୀରେ ୧୨, ଦାରିଙ୍ଗିବାଡ଼ିରେ ୧୨, ବୌଦ୍ଧରେ ୧୩, କୋରାପୁଟରେ ୧୩.୫, ଝାରସୁଗୁଡ଼ାରେ ୧୩.୮, ବରଗଡ଼ରେ ୧୪.୫, କେନ୍ଦୁଝରରେ ୧୪.୮ ଓ ସୁନ୍ଦରଗଡ଼ରେ ୧୫ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୮.୫ ଡିଗ୍ରୀ ରହିଛି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୧୮ ଓ ୧୯ରେ ଜଳୀୟବାଷ୍ପ ଅଧିକ ରହିବା ଯୋଗୁ ତାପମାତ୍ରା କମିବନି । ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *