ନାଟୋ ଦେଶ ସୀମାରେ ପଡ଼ିଲା ଋଷ୍ ମିସାଇଲ, ୨ଜଣଙ୍କ ମୃତ୍ୟୁ, ପ୍ରଧାନମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ

ୟୁକ୍ରେନ୍ ଉପରେ ପୁଣି ମିସାଇଲ ମାଡ଼ କରିଛି ଋଷ୍ । ୟୁକ୍ରେନର କୀବ୍, ଖାରକୀବ୍, ଖାରସେନ, ଓଡ଼େସା ପ୍ରାନ୍ତରେ ଉପରେ ହମଲା ହୋଇଛି। ଋଷ୍‌ର ବାଲାଷ୍ଟିକ୍ ମିସାଇଲ ୟୁକ୍ରେନ ସୀମା ପାର୍ କରି ନାଟୋ ସଦସ୍ୟ ଦେଶ ପୋଲାଣ୍ଡ ଉପରେ ପଡ଼ିଛି । ଏହି ବିସ୍ଫୋରଣରେ ପୋଲାଣ୍ଡର ଦୁଇ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି ।

ସମାଚାର ଏଜେନ୍ସି ଏପିର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଋଷ୍‌ ସେନା ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ମିସାଇଲ ହମଲା କରିଥିଲା । କିଛି ବାଲାଷ୍ଟିଲ୍ ମିସାଇଲ ୟୁକ୍ରେନ ସୀମା ପାର୍ କରି ପୋଲାଣ୍ଡର ପୋଲିସି ପ୍ରେଜେୟୋଡ ଅଞ୍ଚଳରେ ପଡ଼ିଛି । ଫଳରେ ଏଥିରେ ଦୁଇ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ମିସାଇଲ ୟୁକ୍ରେନର ପଶ୍ଚିମ  ପ୍ରାନ୍ତ ସହର ଲଓ୍ବିବି ସହର ଉପରେ ଲଞ୍ଚି କରିଥିଲା ଋଷ୍ ସେନା ।

ମଙ୍ଗଳବାର ବିଳମ୍ବିତ ରାତିରେ ଋଷ୍ ମିସାଇଲ ପୋଲାଣ୍ଡ ସୀମାରେ ପଡିଥିବା ନେଇ ସ୍ପଷ୍ଟ କରିଛି ପୋଲାଣ୍ଡ ବିଦେଶ ମନ୍ତ୍ରଣାଳୟ । ଏହା ପରେ ପୋଲାଣ୍ଡ ସରକାରଙ୍କ ପକ୍ଷରୁ ଏକ ଜୁରରୀକାଳୀନ ବୈଠକ ଡକାଯାଇ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି ।  ସେହିପରି ପଡ଼ୋଶୀ ଦେଶ ହଙ୍ଗେରୀ ମଧ୍ୟ ନିଜର ପ୍ରତିରକ୍ଷା ବିଭାଗ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି । ସେପଟେ ପୋଲାଣ୍ଡ ଉପରେ ମିସାଇଲ ମାଡ଼କୁ ଟାଳି ଦେଇଛି ଋଷ୍ ।  

ଋଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ୯ମାସ ପରେ ବି ଉଭୟ ଦେଶ ପ୍ରଚଣ୍ଡ ପ୍ରହାର କରୁଛନ୍ତି । ଋଷ୍ ମିସାଇଲ ମାଡ଼ରେ ୟୁକ୍ରେନର ଅନେକ ସହର ଧ୍ବସ୍ତବିଧ୍ବସ୍ତ ହୋଇଛି ।  

Leave a Reply

Your email address will not be published. Required fields are marked *