ଆଜି ସରିବ ଐତିହାସିକ ବାଲିଯାତ୍ରା : ଶେଷ ଦିନରେ ପ୍ରବଳ ଗହଳି ସମ୍ଭାବନା

ଆଜି ସରିବ ଐତିହାସିକ ବାଲିଯାତ୍ରା । ଶେଷ ଦିନରେ ପ୍ରବଳ ଗହଳି ସମ୍ଭାବନା । ଲୋକଙ୍କ ଚାହିଦାକୁ ଦେଖି ବଢ଼ିଥିଲା ଗୋଟିଏ ଦିନ । କାର୍ତ୍ତିକ ପୂର୍ଣ୍ଣିମା ପରଠାରୁ ଜନ ସମୁଦ୍ର ପାଲଟୁଛି ବାଲିଯାତ୍ରା ପଡ଼ିଆ । ଚଳିତ ବର୍ଷ ଅନେକ ଦୃଷ୍ଟିରୁ କଟକ ବାଲିଯାତ୍ରା ଇତିହାସ ରଚିଛି । ସର୍ବାଧିକ ୧୦ ଦିନ ଧରି ଚଳିତ ବର୍ଷ ବାଲିଯାତ୍ରା ଆୟୋଜିତ ହୋଇଥିବା ବେଳେ କଟକ ବାଲିଯାତ୍ରା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ ନିଜ ବକ୍ତବ୍ୟରେ ସ୍ବତନ୍ତ୍ର ବର୍ଣ୍ଣନା କରିବା ଏବଂ କାଗଜ ଡଙ୍ଗା ପ୍ରସ୍ତୁତିରେ କଟକର ଛାତ୍ରଛାତ୍ରୀ ବିଶ୍ବ ରେକର୍ଡ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

Leave a Reply

Your email address will not be published. Required fields are marked *