ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ, ୮୦ ବର୍ଷରେ ଆଖିବୁଜିଲେ

ଅବସର ବେଉରିଆଙ୍କ ପରଲୋକ । ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି । ଏକ ଘରୋଇ ହସ୍ପିଟାଲରେ ଆଖି ବୁଝିଛନ୍ତି ଅବସର ବେଉରିଆ ।

ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଅବସର ବେଉରିଆ ଛାତିରେ କିଛି ଯନ୍ତ୍ରଣା ଅନୁଭୁବ କରିଥିଲେ । ଏହାପରେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ତାଙ୍କର ପ୍ରାଣ ତ୍ୟାଗ କରିଛନ୍ତି । ୮୦ ବର୍ଷ ବୟସରେ ଏହି ପୂର୍ବତନ ରାଷ୍ଟ୍ରଦୂତଙ୍କ ହୃଦଘାତରେ ପରଲୋକ ହୋଇଛି ବୋଲି ସୂଚନା ମିଳିଛି । ପରିବାର ପକ୍ଷରୁ ମୃତ୍ୟୁ ନେଇ ସ୍ପଷ୍ଟ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶ୍ରୀଯୁକ୍ତ ଅବସର ବେଉରିଆ ଜଣେ ଦକ୍ଷ କୁଟନୀତିଜ୍ଞ ଭାବେ ବେଶ୍‌ ଜଣାଶୁଣା । ସେ ନିଜ ଚାକିରି କାଳରେ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ, ମିଆଁମାର, ଶ୍ରୀଲଙ୍କା, ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ । ରାଷ୍ଟ୍ରଦୂତ ହେବା ପୂର୍ବରୁ ସେ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ଏହାପରେ ସେ ଅଧ୍ୟାପକ ଭାବେ ମଧ୍ୟ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *