ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ଓ୍ବେରେ ଭୟଙ୍କର ଦୁର୍ଘଟଣା, ୫ଜଣଙ୍କ ମୃତ୍ୟୁ, ୩ଜଣ ଗୁରୁତର

ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ହାଇଓ୍ବେରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇଟି କାର୍ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଏହି ସଡ଼କ ଦୁର୍ଘଟଣା ଶୁକ୍ରବାର ଭୋରୁ ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ ହାଇଓ୍ବେର ଖୋପୋଲି ନିକଟରେ ଘଟିଛି । ଗୋଟିଏ କାର୍ ଅନ୍ୟ ଏକ କାରକୁ ପଛପଟୁ ଧକ୍କା ଦେବା ଯୋଗୁ ଦୁର୍ଘଟଣା ଘଟିଛି । ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ୩ ଗୁରୁତରଙ୍କୁ ଚିକିତ୍ସା କରାଯାଉଛି ।…      

Leave a Reply

Your email address will not be published. Required fields are marked *