ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେଲାଣି ଶ୍ରୀମନ୍ଦିରର ଗରୁଡ଼ସ୍ତମ୍ଭ : ଚତୁଃପାର୍ଶ୍ୱକୁ ରୂପାରେ ଆଚ୍ଛାଦିତ କରିବାକୁ ଶ୍ରୀମନ୍ଦିର ପ୍ରଶାସକଙ୍କ ଯୋଜନା

ଭକ୍ତଙ୍କ ସ୍ପର୍ଶରେ ଦୁର୍ବଳ ହେଉଛି ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ଗରୁଡ଼ ସ୍ତମ୍ଭ । ଏହା ଏତେ ଦୁର୍ବଳ ହାଇଗଲାଣି ଯେ ଯଦି ଏହାର ସୁରକ୍ଷା କଥା ଚିନ୍ତା କରାନଯାଏ, କେଉଁ ସମୟରେ କିଛି ବି ଅଘଟଣ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗରୁଡ଼ ସ୍ତମ୍ଭ ଚତୁଃପାର୍ଶ୍ୱକୁ ରୁପାରେ ଆଚ୍ଛାଦିତ କରିବାକୁ ଯୋଜନା କରାଯାଉଛି । ଏହି କାମ ପାଇଁ ୧୩୦ ଲକ୍ଷ ଟଙ୍କାର ପ୍ରାଥମିକ ଆକଳନ କରାଯାଇଛି । ପଶ୍ଚିମବଙ୍ଗର ଜଣେ ଭକ୍ତ ଏବ ବାବଦ ଖର୍ଚ୍ଚ ବହନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଶ୍ରୀମନ୍ଦିର ଗରୁଡ ସ୍ତମ୍ଭ ଭକ୍ତଙ୍କ ଧାର୍ମିକ ଭାବନା ସହ ଜଡ଼ିତ । ଏହାକୁ ସ୍ପର୍ଶ କଲେ ପାପକ୍ଷୟ ସହ ଶରୀର ସୁସ୍ଥ ରହିଥାଏ ବୋଲି କାହିଁ କେଉଁ ଆବାହମାନ କାଳରୁ ବିଶ୍ୱାସ ରହିଛି । ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟ ମୁତାବକ, ଭକ୍ତଙ୍କ ସ୍ପର୍ଶ ଫଳରେ ଦିନକୁ ଦିନ ଗରୁଡ଼ ସ୍ତମ୍ଭ କ୍ଷୟ ହେବାର ଲାଗିଛି । ଭକ୍ତ କୋଳାଗ୍ରତ କରିବା ଫଳରେ ଗରୁଡ଼ ସ୍ତମ୍ଭ ପତଳା ହେବାରେ ଲାଗିଛ । ଯାହା ପାଇଁ ଗରୁଡ଼ ସ୍ତମ୍ଭ ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟି ହେଉଛି । ଭକ୍ତଙ୍କ ପ୍ରତ୍ୟେକ୍ଷ ସ୍ପର୍ଶରୁ ଗରୁଡ଼ସ୍ତମ୍ଭକୁ ନିବୃତ ରଖିବା ଆବଶ୍ୟକ ବୋଲି ଭାରତ ୟ ପ୍ରତ୍ନତତ୍ୱ ବିଭାଗ ପୂର୍ବତନ ନିର୍ଦ୍ଦେଶକ କହିଛନ୍ତି ।

Leave a Reply

Your email address will not be published. Required fields are marked *