ଡିସେମ୍ବର ୭ରୁ ଶୀତକାଳୀନ ଅଧିବେଶନ, ୨୩ ଦିନିଆ ଅଧିବେଶନରେ ରହିଛି ୧୭ଟି କାର୍ଯ୍ୟଦିବସ

ଡିସେମ୍ବର ପ୍ରଥମ ସପ୍ତାହରେ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୭ ରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୯ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ବସିବାକୁ ଥିବା ଏହି ଶେଷ ଅଧିବେଶନର ମୋଟ୍ ୨୩ ଦିନ କାର୍ଯ୍ୟ ଦିବସ ରହିଛି ।

ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବରର ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ପ୍ରାୟ ୨୦ ଦିନ ପର୍ଯ୍ୟନ୍ତ ଚାଲିଥାଏ । କିନ୍ତୁ ୨୦୧୭ ଏବଂ ୨୦୧୮ ମଧ୍ୟରେ ଡିସେମ୍ବର ମାସରେ ଶୀତକାଳୀନ ଅଧିବେଶନ ବସିଥିଲା । ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ଆସନର ନିର୍ବାଚନ ଫଳାଫଳ ପ୍ରକାଶ ସମୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *