ବିଧାନସଭା ଶୀତକାଳୀନ ଅଧିବେଶନ, ସୋମବାର ଵାଚସ୍ପତିଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ

 ବିଧାନସଭା ଶୀତକାଳୀନ ଅଧିବେଶନ ସୁପରିଚାଳନା ପାଇଁ ଆଜି ଵାଚସ୍ପତିଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ଯାଏ ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିବେ l

ତେବେ ଏଥର ଅଧିବେଶନ କୋଭିଡ କଟକଣା ଭିତରେ ଚାଲିବ ନା ସ୍ୱାଭାବିକ ଭାବେ ବିଧାନସଭା ବସିବ ସେ ନେଇ ନିଷ୍ପତ୍ତି ହେବ। କାରଣ ଏବେ ରାଜ୍ୟରେ କରୋନାର କୌଣସି ପ୍ରଭାବ ନଥିବା ବେଳେ କରୋନା କଟକଣା ମଧ୍ୟ ନାହିଁ। ଏହାସହ ବିଧାନସଭାର ପ୍ରତିଦିନ କେତେ ସମୟ ବସିବ। ସେ ନେଇ ମଧ୍ୟ ନିଷ୍ପତ୍ତି ହେବ। କାରଣ କରୋନା ପାଇଁ ଦୈନିକ ୫ଘଣ୍ଟା ବସୁଥିଲା ଗୃହ। ଯେଉଁଥିପାଇଁ ଅନେକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇପାରୁନଥିଲା। ବିଧାନସଭା ଦୈନିକ କାର୍ଯ୍ୟକ୍ରମ ସମୟ ବଢାଇବାକୁ ସବୁ ସଦସ୍ୟ ଦାବି କରିଆସୁଛନ୍ତି। ସେଥିପାଇଁ ସର୍ବଦଳୀୟ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *