ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦେବ ଦୀପାବଳି । ୩ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ହେବ ଦୀପଦାନ ସହ ଶ୍ରାଦ୍ଧ

ଆଜିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପୀ ମହାପ୍ରଭୂଙ୍କ ଦେବ ଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୂ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହିତ ଶ୍ରାଦ୍ଧ ଦେବେ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିନିଦିନ ଧରି ଏହି ନୀତି ଯଥାବିଧି ପାଳନ ହେବାର ରହିଛି ପରମ୍ପରା । ।
ଆଜି ପ୍ରଥମ ଦିନ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିର ସନ୍ଧ୍ୟା ଧୂପ ନୀତି ବଢିବା ପରେ ମହାପ୍ରଭୁ , ଅଦିତି ଓ କଶ୍ୟପଙ୍କ ଉଦ୍ଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେବେ । ସେହିଭଳି ଦ୍ୱିତୀୟ ଦିନରେ ଦଶରଥ ଓ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ ଓ ତୃତୀୟ ଦିନରେ ଦେବକୀ, ବାସୁଦେବ , ନନ୍ଦ ଓ ଗୁଣ୍ଡିଚା ରାଣୀଙ୍କୁ ଏହି ଦୀପଦାନ ସହ ଶ୍ରାଦ୍ଧ ଦିଆଯିବାର ରହିଛି ପରମ୍ପରା । ଏହା ସହ ଏହି ତିନିଦିନ ମହାଦୀପ ପ୍ରଜ୍ୱଳିତ ହୋଇଥାଏ । ଯାହାକୁ ଦେବ ଦୀପାବଳୀ କୁହାଯାଇଥାଏ ।

Leave a Reply

Your email address will not be published. Required fields are marked *