କୋରାପୁଟ ଦେଓମାଳିରେ ଜାରି ହେଲା ୧୪୪ ଧାରା । ଆଜିଠାରୁ ଦୁଇମାସ ଯାଏଁ ରହିବ ବଳବତର

କୋରାପୁଟ ଦେଓମାଳିରେ ୧୪୪ ଧାରା ଜାରି କରାଯାଇଛି । ଆଜିଠାରୁ ଦୁଇମାସ ଯାଏଁ ଏହା ବଳବତର ରହିବ । ଏହି ସମୟ ମଧ୍ୟରେ ରାତି ୯ଟାରୁ ସକାଳ ୮ଟା ଯାଏଁ ବିନା ଅନୁମତିରେ ପର୍ଯ୍ୟଟକ ରହିପାରିବେ ନାହିଁ କି ଯାଇପାରିବେ ନାହିଁ ।
ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି । ଏ ନେଇ କୋରାପୁଟ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । କିଛି ବାହାର ପର୍ଯ୍ୟଟକ ଓ ଅସାମାଜିକ ଲୋକ ଦେଓମାଳିରେ ରାତ୍ରୀଯାପନ କରୁଛନ୍ତି । ଯାହା ଦ୍ୱାରା ସେଠାରେ କରାଯାଇଥିବା ଉନ୍ନୟନ କାର୍ଯ୍ୟ ଓ ସରକାରୀ ସମ୍ପତିର କ୍ଷତି ହେଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *