ବୁଧବାରଠୁ ଦଶମ ସମେଟିଭ୍ -୧ ଆରମ୍ଭ, ପରୀକ୍ଷା ଦେବେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ

ଆଜିଠାରୁ ଦଶମ ସମେଟିଭ୍ -୧ ପରୀକ୍ଷା। ସେଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ନୋଡାଲ ସେଣ୍ଟର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଯେଉଁ ସବୁ ସେଣ୍ଟରରେ କପି ହେଉଥିବା ନଜିର ରହିଛି ସେଠି ଏହାକୁ ରୋକିବା ପାଇଁ ଅବଜରଭରଙ୍କୁ ରଖାଯାଇଛି।

ତେବେ ଚଳିତବର୍ଷ ପ୍ରାୟ ୫ଲକ୍ଷ ୪୦ ହଜାର ପିଲା ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରରେ ମୋବାଇଲ ଫୋନ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଚଳିତ ବର୍ଷ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ ନାହିଁ, ପାଖ ସ୍କୁଲ ରେ ହୋଇଥିବା ସେଣ୍ଟରରେ ପରୀକ୍ଷା ଦେବେ। ସମେଟିଭ-୧ ଏବଂ ସମେଟିଭ-୨ ମାର୍କକୁ ଦେଖି ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ କହିଛି। ସମେଟିଭ-୧କୁ ଛାତ୍ର ଛାତ୍ରୀ ମାନେ ଗୁରୁତ୍ବର ସହ ନେଇ ପରୀକ୍ଷା ଦିଅନ୍ତୁ ବୋଲି ବୋର୍ଡ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ଆଜି ପ୍ରଥମ ପରୀକ୍ଷା ଇଂରାଜୀ ରହିଥିବା ବେଳେ ପରୀକ୍ଷାର୍ଥୀ ମାନେ ୯ଟା ୨୫ ରେ ହଲରେ ପ୍ରବେଶ କରିବେ। ପରୀକ୍ଷାର୍ଥୀଙ୍କୁ ୯ଟା ୩୦ରେ ଓଏମଆର ଉତ୍ତର ସିଟ୍ ପ୍ରଦାନ କରାଯିବ। ୯ଟା ୪୫ରେ ପ୍ରଶ୍ନପତ୍ର ବଣ୍ଟାଯିବ।

Leave a Reply

Your email address will not be published. Required fields are marked *