ଖସୁଛି ପାରଦ, ବଢୁଛି ଜାଡ଼, ଶୀତରେ ଥରୁଛି ଉତ୍ତର ଭାରତ, ପଶ୍ଚିମା ପବନ ପାଇଁ ଆହୁରି କମିବ ତାପମାତ୍ରା

ଖସୁଛି ପାରଦ, ବଢୁଛି ଥଣ୍ଡା । ଜାଡ଼ରେ ଥରୁଛି ଉତ୍ତର ଭାରତ । ହିମାଳୟର ଆସୁଥିବା ଥଣ୍ଡା ପବନ ଯୋଗୁ ଶୀତ ପ୍ରକୋପ ଜାରି ରହିଛି । ଏପଟେ ଆରବ ସାଗରରୁ ଆସୁଥିବା ପଶ୍ଚିମା ପବନ ମଙ୍ଗଳବାର ଉତ୍ତର ଭାରତକୁ ଛୁଇଁବ । ଫଳରେ ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତ ବିଭିନ୍ନ ରାଜ୍ୟ ଗୁଡ଼ିକରେ ଥଣ୍ଡା ବଢ଼ିବ ।

ଭାରତୀୟ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ୧୫ ନଭେମ୍ବର ଠାରୁ ଉତ୍ତର ଭାରତର ସମତଳ ରାଜ୍ୟ ଗୁଡ଼ିକରେ ତାପମାତ୍ରା ଦ୍ରୁତ ଗତିରେ ହ୍ରାସ ପାଇଛି । ଆସନ୍ତା ସପ୍ତାହରୁ ପାରଦ ଆହୁରି ଖସିବା ଆରମ୍ଭ କରିବ । ଅନ୍ୟପଟେ ମଙ୍ଗଳବାର ଠାରୁ ଉତ୍ତର ଭାରତକୁ ପଶ୍ଚିମା ପବନ ଛୁଇଁବ । ଓ୍ବେଷ୍ଟର୍ଣ୍ଣ ଡିଷ୍ଟ୍ରବାନ୍ସ ଯୋଗୁ ତାପମାତ୍ରା ଆହୁରି କମିବା । ହିମାଳୟରୁ ଆସୁଥିବା ଥଣ୍ଡା ପବନ ଓ ପଶ୍ଚିମା ପବନ ମିଶି ଦିଲ୍ଲୀ ଏନସିଆର ଓ ଉତ୍ତର ଭାରତରେ ଭୀଷଣ ଜାଡ଼ ପଡ଼ିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସ୍କାଇମେଟ୍ ରିପୋର୍ଟ ଅନୁଯାୟୀ , ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ତାମିଲନାଡ଼ୁ, କେରଳ, ଲାକ୍ଷାଦ୍ବୀପ ଓ ଦକ୍ଷିଣ କର୍ଣ୍ଣାଟକରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନ । ଏହାକୁ ଛାଡ଼ି ଦେଶ ଅନ୍ଯ ପ୍ରାନ୍ତରେ ପାଗ ଶୁଖିଲା ରହିବ । ସେହିପରି ଗଙ୍ଗା ନଦୀ ବେସିନର ସମତଳ ଅଞ୍ଚଳରେ ସଂନ୍ଧ୍ୟା ସମୟରେ ଆକାଶରେ କୁହୁଡ଼ି ଦେଖିବାକୁ ମିଳିବ ବୋଲି ସ୍କାଇମେଟ୍ ପୂର୍ବାନୁମାନ କରିଛି ।  ଦେଶର ଉତ୍ତର-ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ଇଲାକାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । କୁହୁଡି ଯୋଗୁ ରାଜସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ରାତିରେ ତାପମାତ୍ରା ୭ଡିଗ୍ରୀ କମିଛି ।  

Leave a Reply

Your email address will not be published. Required fields are marked *