ଆସୁଛି ଭଲ ଦିନ: ମହଙ୍ଗାମାଡ଼ରୁ ମିଳିବ ମୁକ୍ତି, ଆସନ୍ତା ଦୁଇ ବର୍ଷ ସବୁ ସାମଗ୍ରୀର ଦାମ କମିବ !

ଆଗକୁ ଭଲ ଦିନ ଆସୁଛି। ମହଙ୍ଗା ମାଡ଼ରୁ ମିଳିବ ମୁକ୍ତି। ଦରଦାମ କମିବ, ଲୋକେ ଆଶ୍ୱସ୍ତି ଲାଭ କରିବେ। ଆଉ ଏହି ଯେଉଁ ମୂଲ୍ୟ ହ୍ରାସ ହେବ ତାହା ବଜାରରେ କିଛି ସମୟ ପାଇଁ ସ୍ଥିର ରହିବ। ଗ୍ରାହକଙ୍କ ପାଇଁ ଏଭଳି ଆଶ୍ୱସ୍ତିକର ରିପୋର୍ଟ ଦେଇଛି ବିଶ୍ୱବ୍ୟାଙ୍କ। ଆଉ ମାତ୍ର ମାସକ ପରେ ବର୍ଷ ୨୦୨୩ ଆରମ୍ଭ ହେବାକୁ ଯାଉଛି।

ଏହି ବର୍ଷରେ ଅଶୋଧିତ ତୈଳ, ପ୍ରାକୃତି ଗ୍ୟାସ, ଖାଦ୍ୟଶଷ୍ୟ, ଖାଇବାତେଲ, ସୁତା ଓ ମେଟାଲ ଭଳି ପାଖାପାଖି ସମସ୍ତ ସାମଗ୍ରୀର ମୂଲ୍ୟରେ ୧୫ ପ୍ରତିଶତ ହ୍ରାସ ହେବ। କେବଳେ ୨୦୨୩ ନୁହେଁ ୨୦୨୪ରେ ବି ୧୨ ପ୍ରତିଶତ ମୂଲ୍ୟ ହ୍ରାସ ହେବ।

ଚଳିତ ବର୍ଷ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ଦର ବୃଦ୍ଧି ମହଙ୍ଗା ବଜାରର ମୁଖ୍ୟ କାରଣ ହୋଇଛି। ହେଲେ ଆସନ୍ତା ବର୍ଷ ଏହି ଦୁଇଟି ସାମଗ୍ରୀର ମୂଲ୍ୟ ଅହେତକୁ ହ୍ରାସ ପାଇବାକୁ ଯାଉଥିବାରୁ ମହଙ୍ଗା ବଜାର ବି କମିବ ବୋଲି ରିପୋର୍ଟରେ କୁହାଯାଇଛି।

ଭାରତୀୟ କମୋଡିଟି ଏକ୍ସପର୍ଟଙ୍କ ମୁତାବକ ଆସନ୍ତା ବର୍ଷ ଅଶୋଧିତ ତେଲର ଅନ୍ତର୍ଜାତୀୟ ବେଞ୍ଚ ମାର୍କ ବ୍ରେଣ୍ଟ କ୍ରୁଡ୍ ପାଖାପାଖି ୧୭ ପ୍ରତିଶତ ହ୍ରାସ ପାଇ ବେରଲ ୭୫ ଡଲାର ହେବ। ଯାହା ଏବେ ପାଖାପାଖି ୯୦ ଡଲାର ରହିଛି। ୨୦୨୩ ଜୁନ ମାସ ପର୍ଯ୍ୟନ୍ତ ଖାଇବା ତେଲ ଦାମରେ ୧୨-୧୫ ପ୍ରତିଶତ ହ୍ରାସ ପାଇବା ଅନୁମାନ କରାଯାଉଛି।

ଏହି ପ୍ରମୁଖ କାରଣର ହ୍ରାସ ହେବ ମୂଲ୍ୟ

ଖାଇବା ତେଲ- ୟୁକ୍ରେନ୍ ପାଖରେ ସୂର୍ଯ୍ୟମୁଖୀ ତେଲର ଏକ ବଡ଼ ଗଚ୍ଛିତ ଭାଗ ରହିଛି। ଦେଶରେ ,ସୋରିଷ ତେଲର ଚାଷ ବଢ଼ିଛି ଓ ପାମ ତେଲର ରପ୍ତାନକାରୀ ଦେଶରେ ଶ୍ରମିକଙ୍କ ଅଭାବ ଦୂର ହୋଇଛି। ଏଥିପାଇଁ ଖାଇବା ତୈଳ ମୂଲ୍ୟ ହ୍ରାସ ହୋଇପାରେ।

ଖାଦ୍ୟଶଷ୍ୟ- ଦେଶରେ ଖାଦ୍ୟଶଷ୍ୟର ଉତ୍ପାଦନ ପ୍ରତିବର୍ଷ ବୃଦ୍ଧି ପାଉଛି। ରବି ସିଜିନରେ ଗହମ ଉତ୍ପାଦନ ୧୦-୧୫ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି। ସେହିପରି ମକ୍କା ଉତ୍ପାଦନ ବି ବୃଦ୍ଧି ପାଇବ ବୋଲି କୁହାଯାଉଛି।

ତୁଳା- ସୁତା ଉତ୍ପାନଦ ୮.୫ ପ୍ରତିଶତ ବଢ଼ିବାର ଅନୁମାନ କରାଯାଉଛି। ଆମେରିକାର ଏହାର ଉତ୍ପାଦନ ଭଲ ହେବ। ଏମିତିରେ ସୁତା ମୂଲ୍ୟ ହ୍ରାସ ହୋଇପାରେ ବୋଲି କୁହାଯାଉଛି।  

ତେଲ ଓ ଗ୍ୟାସ- ବିଶ୍ୱ ଅର୍ଥବ୍ୟବସ୍ଥା ମାନ୍ଦା ଚାଲିଥିବାରୁ ଏହି ଦୁଇ ସାମଗ୍ରୀର ଚାହିଦା ହ୍ରାସ ପାଇବ। ଅନ୍ୟପଟେ ଚୀନର କୋଭିଡ କଟକଣା ପୁଣି ବଢିବ। ଏମିତି ସ୍ଥିତିରେ ଏହି ଦୁଇ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ।

Leave a Reply

Your email address will not be published. Required fields are marked *