ଫିଫା ବିଶ୍ୱକପ୍‌ : କ୍ୱାର୍ଟର ଫାଇନାଲ୍‌ରେ ବ୍ରାଜିଲ୍‌ ଓ କ୍ରୋଏସିଆର ଏଣ୍ଟ୍ରି

ଚଳିତ କତାର ଫିଫା ବିଶ୍ୱକପ୍‌ରେ ୫ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲ ଓ ଗତ ସଂସ୍କରଣର ରନର୍ସ ଅପ୍‌ କ୍ରୋଏସିଆ ଚିତ୍ତାକର୍ଷକ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଅନ୍ୟ ପଟରେ ଦୁଇ ଏସୀୟ ଦଳ ଜାପାନ ଓ ଦକ୍ଷିଣ କୋରିଆଙ୍କ ସ୍ୱପ୍ନର ଯାତ୍ରା ଶେଷ ହୋଇଛି । ୯ ରେ ବ୍ରାଜିଲ୍‌ ଓ କ୍ରୋଏସିଆ ମଧ୍ୟରେ କ୍ୱାର୍ଟର ଫାଇନାଲ୍‌ ଖେଳାଯିବ ।

ସୋମବାର ଅଲ୍‌ ଜାନୌବ ଷ୍ଟାଡିୟମ୍‌ରେ କ୍ରୋଏସିଆ ଓ ଜାପାନ ମୁକାବିଲା ତୀବ୍ର ସଂଘର୍ଷପୂର୍ଣ୍ଣ ରହିଥିଲା । ନିର୍ଦ୍ଧାରିତ ୯୦ ମିନିଟ୍‌ରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ଅତିରିକ୍ତ ୩୦ ମିନିଟ୍‌ରେ ଗୋଲ୍‌ ହୋଇ ନଥିଲା । ଶେଷରେ ଟାଇବ୍ରେକର ସହାୟତା ନିଆଯାଇଥିଲା । ଏଥିରେ କ୍ରୋଏସିଆ ୩-୧ ପେନାଲ୍ଟି ଗୋଲ୍‌ରେ ଜାପାନକୁ ହରାଇଥିଲା । ଅନ୍ୟ ଏକ ମ୍ୟାଚ୍‌ରେ ବ୍ରାଜିଲ ୪-୧ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ସପ୍ତମ ମିନିଟ୍‌ରେ ଭିନିସିୟସ ଜୁନିୟର, ୧୩ ମିନିଟ୍‌ରେ ନେୟମାର (ପେନାଲ୍ଟି), ୨୯ ମିନିଟ୍‌ରେ ରିଚାର୍ଲିସନ ଓ ୩୬ତମ ମିନିଟ୍‌ରେ ଲୁକାସ ପାକ୍ୱେଟା ଗୋଲ୍‌ କରିଥିଲେ ।

Leave a Reply

Your email address will not be published. Required fields are marked *