ମୟୂରଭଞ୍ଜରେ ତାତିଲେ ଶିକ୍ଷକ । ଆଦିବାସୀ ଭାଷା ଓ ଶିକ୍ଷକଙ୍କୁ ନିୟମିତ ଦାବିରେ ୧୨ ଘଣ୍ଟିିଆ ବନ୍ଦ ପାଳନ ।

ଆଜି ୧୨ ଘଣ୍ଟିିଆ ମୟୂରଭଞ୍ଜ ବନ୍ଦ ପାଳନ । ଆଦିବାସୀ ଭାଷା ଓ ଶିକ୍ଷକଙ୍କୁ ନିୟମିତ ଦାବିରେ ଆଦିବାସୀ ସଂଗଠନ ପକ୍ଷରୁ ମୟୂରଭଞ୍ଜ ବନ୍ଦ ପାଳନ ହେଉଛି । ମିଳିତ ଆଦିବାସୀ ସଙ୍ଗଠନ ସକାଳ ୬ରୁ ସଂଧ୍ୟା ୬ ଯାଏ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବରେ ବସ୍ ଓ ଅନ୍ୟାନ୍ୟ ସେବା ବାଧାପ୍ରାପ୍ତ ରହିଛି ।

ଦାବି ଅନୁଯାୟୀ, ଜିଲ୍ଲାରେ ୨୦୦୭ରେ ରାଜ୍ୟ ସରକାର ୧୦୦ ଜଣ ଅଲିଚିକି କମ୍ୟୁନିଟି ମୋବିଲାଇଜର ଓ ୨୦୦୯ରେ ୨୦ଜଣ ମୁଣ୍ଡାରୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ । ସ୍ୱଳ୍ପ ଦରମା ପାଉଥିବା ସତ୍ୱେ ବିଦ୍ୟାଳୟରେ ଏମାନେ ଅନ୍ୟ ଶିକ୍ଷକଙ୍କ ଭଳି ଶିକ୍ଷାଦାନ କରିବା ସଙ୍ଗେ ସଙ୍ଗେ ସରକାରଙ୍କ ନିର୍ଦ୍ଦେଶିତ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି । ଦୀର୍ଘ ୧୫ବର୍ଷ ନିରବଚ୍ଛିନ୍ନ କାର୍ଯ୍ୟ କରିଥିବା ଯୋଗୁଁ ସରକାର ତାଙ୍କୁ ନିୟମିତ କରନ୍ତୁ ବୋଲି ଦାବି ହୋଇଛି ।

Leave a Reply

Your email address will not be published. Required fields are marked *