ଥରୁଛି ଓଡ଼ିଶା, ୫ ଡିଗ୍ରୀକୁ ଖସିଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା । କୋରାପୁଟ ଶିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

୫ ଡିଗ୍ରିକୁ କମିଲା ରାଜ୍ୟର ସର୍ବନିମ୍ନ ତାପମାତ୍ରା । ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଥିବା ବେଳେ ଚଳିତ ଶୀତ ରୁତୁରେ ପ୍ରଥମ ଥର ପାଇଁ ଜି.ଉଦୟଗିରିର ପାରଦ ସ୍ତର ୫ଡିଗ୍ରିକୁ ଖସିଛି । ଶନିବାର ରାତିରେ ରାତି ତାପମାତ୍ର ୭ ଡିଗ୍ରି ଥିବା ବେଳେ ରବିବାର ଏହା ୫ଡିଗ୍ରିକୁ ଖସିଯାଇଛି । ଏଥିସହ ରାଜ୍ୟର ୧୦ଟି ସହର ତାପାମାତ୍ରା ୧୦ ଡିଗ୍ରି ତଳେ ରହିଛି ।

ସେମିଳିଗୁଡ଼ାର ରାତି ତାପମାତ୍ରା ୭ଡିଗ୍ରି ଯାହା ଦିନକ ପୂର୍ବରୁ ୧୧ଦଶମିକ ୬ ଡ଼ିଗ୍ରି ଥିଲା । ସେହିପରି କେନ୍ଦୁଝରରେ ୭ଦଶମିକ ୬ ଡିଗ୍ରି, ଚିପିଲିମାରେ ୭ଦଶମିକ ୮ଡିଗ୍ରି, ଫୁଲବାଣୀରେ ୮ଡିଗ୍ରି, ଝାରସୁଗୁଡ଼ାରେ ୮ଦଶମିକ ୨ ଡିଗ୍ରି, ସୁନ୍ଦରଗଡ଼ରେ ୮ଦଶମିକ ୫ଡିଗ୍ରି, କୋରାପୁଟରେ ୯ଡିଗ୍ରି, ଦାରିଙ୍ଗବାଡ଼ିରେ ୯ଡିଗ୍ରି ଓ ଅନଗୁଳରେ ୧୦ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ ବୋଲି ଆଂଚଳି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଜାରି ରହିଛି । ପ୍ରବଳ ଶୀତ ଯୋଗୁଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

Leave a Reply

Your email address will not be published. Required fields are marked *