ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ : ଦେଓଗାଁ ବ୍ଲକରେ ପଡ଼ିଲା ପଶୁପକ୍ଷୀଙ୍କ ବଳି; ଶହ ଶହ ମାନସିକଧାରୀଙ୍କ ଭିଡ଼

ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ । ବଲାଙ୍ଗୀର ଦେଓଗାଁ ଖାଇରଗୁଡା ଶୁଲିଆ ପୀଠରେ ପଡିଛି ବଳି । ପଶୁପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହୋଇଛି ପୀଠ । ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୂଜା ସ୍ଥାନରେ ୩ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ବର୍ଷ ବର୍ଷ ଧରି ଏହି ଶୁଲିଆ ପୀଠରେ ବଳି ପଡିଆସୁଥିବା ବେଳେ ଚଳିତ ଥର ମଧ୍ୟ ଶୁଲିଆ ଯାତ୍ରାରେ ପଡିଛି ବଳି । ବିଶ୍ୱାସ ରହିଛି ଏହି ପୀଠରେ ବଳି ଦେଇ ମାନସିକ କରିଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଏନେଇ ଏହି ଯାତ୍ରାରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ।

ଶୁଲିଆ ମହୋତ୍ସବ ୨୫ ତାରିଖରୁ ଚାଲୁଛି। ପୂର୍ବବର୍ଷ ଭଳି ଏଥର ଦୋକାନ ବଜାର ଲାଗିଛି । ଖଇରଗୁରା ଓ କୁମୁରିଆରେ ମଙ୍ଗଳବାର ରୀତିନୀତି ଅନୁସାରେ ପାଟବୋଦା ବଳି ଦେବା ପରେ ଭକ୍ତମାନେ ଆଣିଥିବା କୁକୁଡ଼ା, ପାରା, ବୋଦା, ମେଣ୍ଢା ଓ ପୋଢ଼ ବଳି ପଡ଼ିଛି । ଏଥର ବି ହଜାର ସଂଖ୍ୟାରେ ବଳି ପଡ଼ିବ ବୋଲି କମିଟି ପକ୍ଷରୁ କହାଯାଇଛି । ମଙ୍ଗଳବାର ସକାଳୁ ପଞ୍ଚବାଦ୍ୟ ଦୁଲଦୁଲି ସହିତ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ବାହାରି ଯାତ୍ରାସ୍ଥଳରେ ଆଦିବାସୀମାନେ ପହଞ୍ଚିଥିଲେ । ମାନସିକଧାରୀ ଆଣିଥିବା ପଶୁପକ୍ଷୀଙ୍କୁ ପରମ୍ପରା ଅନୁଯାୟୀ ବଳି ଦିଆଯାଉଛି ।

Leave a Reply

Your email address will not be published. Required fields are marked *