ପୁଣି ଆସିଲା ଭତ୍ତା ଯନ୍ତ୍ରଣା : ବାର୍ଦ୍ଧକ୍ୟ ଭତ୍ତା ପାଇଁ ୨ କିମି ଯାଉଛନ୍ତି ୮୦ ବର୍ଷୀୟ ବୃଦ୍ଧ

ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ୮୦ ବର୍ଷୀୟ ବୃଦ୍ଧ ଚାଲୁଛନ୍ତି ୨ କିଲୋମିଟର ରାସ୍ତା । ଏମତି ଏକ ଚିତ୍ର ଆସିଛି ପୁରୀ ଜିଲ୍ଲା ପିପିଲି ବ୍ଲକର ଚନ୍ଦ୍ରାଦେଇପୁର ପଞ୍ଚାୟତରୁ । ୮୦ ବର୍ଷ ବୟସ୍କ ନାରାୟଣ ସ୍ୱାଇଁ ହେଉଛନ୍ତି ଚନ୍ଦ୍ରାଦେଇପୁର ଗ୍ରାମ ପଞ୍ଚାୟତର ଭୋଗ ପୋଟଳି ଗାଁର ନାରାୟଣ ସ୍ୱାଇଁ । ପରିଣତ ବୟସରେ ଭତ୍ତା ଟିକିକ ପାଇବା ପାଇଁ ଖରାରେ ଗୋଡ ଖରାପ କାରଣରୁ ଛୋଟେଇ ଛୋଟେଇ ବଳଙ୍ଗା ଗ୍ରାମବ୍ୟାଙ୍କକୁ ଦୌଡିବାକୁ ପଡୁଛି । ଗୋଡ ଭଲ ନଥିବାରୁ ବାଟରେ ଦଶଥର ବୃଦ୍ଧଙ୍କୁ ବିଶ୍ରାମ ମଧ୍ୟ ନେବାକୁ ପଡୁଛି । ତେବେ ଏ କରୁଣ ଦୃଶ୍ୟ ସାମ୍ନାକୁ ଆସିବା ପରେ ଜନଅସନ୍ତୋଷ ଦେଖାଯାଇଛି । ଅନ୍ୟପଟେ ଗ୍ରାମ ପଞ୍ଚାୟତରେ ଭତ୍ତାକୁ ଦେବାକୁ ପ୍ରଶାସନ ତଥା ସରକାରଙ୍କୁ ଅନୁରୋଧ କରିଛନ୍ତି ନିଜେ ନାରାୟଣ ସ୍ୱାଇଁ ।

Leave a Reply

Your email address will not be published. Required fields are marked *