ଶିମିଳିପାଳ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଅଭୟାରଣ୍ୟରେ ବୁଲିବା ପାଇଁ ମହାମହିମଙ୍କ ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା

ମହାମହିମ ରାଷ୍ଟ୍ରପତି ଦୌପଦୀ ମର୍ମୁଙ୍କ ଗସ୍ତ ପାଇଁ ଶିମିଳିପାଳ ପ୍ରସ୍ତୁତ ହୋଇ ରହିଛି । ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ା କରାଯାଇଛି । ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ । ଶିମିଳିପାଳର ପାକୃତିକ ସୌନ୍ଦର୍ଯ୍ୟ ଅନୁଭବ କରିବେ । ରାଷ୍ଟ୍ରପତିଙ୍କ ବୁଲିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି ।

ସେପଟେ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କ ପାଇଁ ମେନୁରେ ଭଳି କି ଭଳି ଖାଦ୍ୟ ସାମିଲ କରାଯାଇଛି । ଉଷୁନା ଚାଉଳର ଭାତ ଖାଇବେ ରାଷ୍ଟ୍ରପତି । ଏହାସହ ଡାଲି ପଞ୍ଚ ମେଲନ, ପୋଟଳ କୁରମା, ଶାଗଭଜା ଓ ପରିବାଭଜା ସାମିଲ ରହିବ । ଏସବୁ ବିନା ପିଆଜ ରସୁଣରେ ଏସବୁ ରନ୍ଧାଯିବ ହେବ । ଆଉ ଏସବୁକୁ ପ୍ରସ୍ତୁତ କରିବାକୁ ପାଇଁ ସ୍ୱତନ୍ତ୍ର ଭାବେ ଦିଲ୍ଲୀରୁ ବଡ଼ ବଡ଼ ସେଫ ଆସିଛନ୍ତି । ଶିମିଳିପଳ ଭିତରେ ଥିବା ଚହଲାରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ।

ଶିମିଳିପାଳରେ ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

– ମେନୁରେ ଭଳି କି ଭଳି ଖାଦ୍ୟ ସାମିଲ
– ଉଷୁନା ଚାଉଳର ଭାତ ଖାଇବେ ରାଷ୍ଟ୍ରପତି
– ଏହା ସହ ଡାଲି ପଞ୍ଚ ମେଲନ, ପୋଟଳ କୁରମା ରହିବ
– ଶାଗ ଭଜା ଓ ପରିବାଭଜା ଖାଦ୍ୟରେ ରହିବ
– ଏସବୁ ବିନା ପିଆଜ ରସୁଣରେ ପ୍ରସ୍ତୁତ ହେବ
– ଏସବୁକୁ ପ୍ରସ୍ତୁତ କରିବାକୁ ପାଇଁ ଦିଲ୍ଲୀରୁ ବଡ଼ ବଡ଼ ସେଫ ଆସିଛନ୍ତି
– ଶିମିଳିପାଳ ଭିତରେ ଥିବା ଚହଲାରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି

Leave a Reply

Your email address will not be published. Required fields are marked *