ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କଲେ ମହାମହିମ : ଶିବମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ନେଲେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ଶୁକ୍ରବାର ମହାମହିମ ପ୍ରଥମେ ରାଇରଙ୍ଗପୁର ମହୁଲଡିହା ଗାଁରେ ଥିବା ଶିବମନ୍ଦିର ଯାଇ ଭଗବାନଙ୍କ ଆଶୀର୍ବାଦ ନେଇଛନ୍ତି । ଏହା ପରେ ରଘୁନାଥ ମନ୍ଦିର ପରିଦର୍ଶନ କରିଥିଲେ ମହାମହିମ । ଏହାପରେ ଦାଣ୍ଡବୋଷ ଯାଇ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ।

ଏହା ପୂର୍ବରୁ ସକାଳେ ରାଷ୍ଟ୍ରପତିଙ୍କ ପାଇଁ ବ୍ରହ୍ମକୁମାରୀ କେନ୍ଦ୍ରରୁ ସୁସ୍ୱାଦୁ ଜଳଖିଆ ଆସିଥିଲା । ଯେଉଁଥିରେ ମଣ୍ଡା ପିଠା, ଛେନା ଗଜା, ଚିତଉ ପିଠା ଓ ପୋଡ଼ ପିଠା ଆଦି ରହିଥିଲା । ବ୍ରହ୍ମକୁମାର କେନ୍ଦ୍ରର ଭାଇଭଉଣୀମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏସବୁ ପିଠା ଆଣିଥିଲେ । ତେବେ ଦିନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବେ ।

Leave a Reply

Your email address will not be published. Required fields are marked *