ରାଷ୍ଟ୍ରପତିଙ୍କ ଭାଷଣ ବେଳେ ବିଦ୍ୟୁତ କାଟ ଘଟଣା : ଗଠନ କରଯାଇଛି ୩ ଜଣିଆ କମିଟି । ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ କଟିଯିବାକୁ ନେଇ ଆରମ୍ଭ ହୋଇଛି ତନାଘନା ତଦନ୍ତ । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି, ପ୍ରେକ୍ଷାଳର ଦାୟିତ୍ୱ ଇଡ୍କୋ ନେଇଥିଲା । ଇଡକୋର ୮ ଜଣ ଅଧକାରୀଙ୍କ ଉପସ୍ଥିତିରେ ବିଦ୍ୟୁତ ସରବରାହର ଯାଞ୍ଚ ହୋଇଥିଲା । ଏମିତି କି ୩ ଦିନ ଧରି ବ୍ୟବସ୍ଥା ବାବଦ ଅଭ୍ୟାସ କରାଯାଇଥିଲା । ଘଟଣାର ତଦନ୍ତ ପାଇଁ ୩ ଜଣିଆ କମଟି ଗଠନ କରାଯାଇଛି । ବିଦ୍ୟୁତ୍ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଜୟନ୍ତ କୁମାର ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଅବ୍ୟବସ୍ଥା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ସେପଟେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ରାଷ୍ଟ୍ରପତିି ଦ୍ରୌପଦୀ ମୁର୍ମୁ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଭାଷଣ ଦେଉଥିବାବେଳେ ଘଟିଛି ଏଭଳି ଏକ ଲଜ୍ଜାକର ଘଟଣା ଘଟିଥିଲା । ମହାମହିମ ଭାଷଣ ଆରମ୍ଭ କରିବାର ମାତ୍ର କିଛି ସମୟ ପରେ କଟି ଯାଇଥିଲା ବିଜୁଳି । ସୂଚନା ଅନୁସାରେ ୧୧ଟା ୫୬ରୁ ୧୨ଟା ୫ ପର୍ଯ୍ୟନ୍ତ ପ୍ରାୟ ୯ମିନିଟ୍ ହଲଟି ପୂରା ଅନ୍ଧାର ହୋଇଯାଇଥିଲା । ଆଉ ସେହି ଅନ୍ଧାରରେ ଭାଷଣ ରଖିଥିଲେ ମହାମହିମ ।

Leave a Reply

Your email address will not be published. Required fields are marked *