ଏଥର ସ୍ୱତନ୍ତ୍ର ହେବ ସାଧାରଣତନ୍ତ୍ର ଦିବସ । ଲାଲକିଲ୍ଲାରେ ଦେଖାଯିବ ମହିଳା ସଶକ୍ତିକରଣ ଝଲକ, କେବଳ ମହିଳା କରିବେ ପରେଡ୍ ।

୨୦୨୪ ସାଧାରଣତନ୍ତ୍ର ଦିବସକୁ ଖାସ୍ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପରେଡରେ ଦେଖିବାକୁ ମିଳିବ ମହିଳା ସଶକ୍ତିକରଣର ଝଲକ । କେବଳ ମହିଳା ହିଁ ପରେଡ କରିବେ । କର୍ତ୍ତବ୍ୟ ପଥରେ ପରେଡ, ମାର୍ଚ୍ଚପାଷ୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କେବଳ ମହିଳା ହିଁ ନଜର ଆସିବେ ।
ବ୍ୟାପକ ବିଚାରବିମର୍ଷ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ସହ ସମସ୍ତ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି । ୨୦୧୫ରେ ପ୍ରଥମ ଥର ପାଇଁ କେବଳ ମହିଳାଙ୍କୁ ନେଇ ଗଠିତ ହୋଇଥିବା ଦଳ ପରେଡରେ ସାମିଲ ହୋଇଥିଲା । ୨୦୧୯ରେ କ୍ୟାପିଟେନ ଶିଖା ସୁରଭି ପ୍ରଥମ ମହିଳା ଅଫିସର ଭାବରେ ବାଇକ ଷ୍ଟଣ୍ଟ ଡେୟାର ଡେଭିଲସର ନେତୃତ୍ୱ ନେଇଥିଲେ । ସାଧାରଣତନ୍ତ୍ର ଦିବସ ପରେଡରେ ସାଂସ୍କତିକ ବିବଧତା ସହ ସୈନ୍ୟ ଶକ୍ତିର ପ୍ରଦର୍ଶନ ହୋଇଥାଏ । ରାଜ୍ୟଗୁଡିକର ପ୍ରଜ୍ଞାପନ ମେଢ ମଧ୍ୟ ସାମିଲ ହୋଇଥାଏ ।

Leave a Reply

Your email address will not be published. Required fields are marked *