ବିଶ୍ବାସ ସାମାଜିକ ସଂଗଠନ ପକ୍ଷରୁ ସଂକଳ୍ପ ଯାତ୍ରା

ଜଳେଶ୍ଵର ବ୍ଲକ ଅନ୍ତର୍ଗତ “ପାଇକସିଦା ” ଗ୍ରାମପଞ୍ଚାୟତରେ ପାଇକସିଦା ଗ୍ରାମଠାରେ “ବିଶ୍ଵାସ ସାମାଜିକ ସଂଗଠନ” ଆନୁକୁଲ୍ୟରେ ନିଶାମୁକ୍ତ ଅଭିଯାନ “ନିଶା କୁ ନା- ମାଆ’କୁ ସମ୍ମାନ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ଵାସର ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ପରିଡା ଅଧ୍ୟକ୍ଷତା କରି ସ୍ଵାଗତ ଜଣାଇଥିଲେ । ନିଶା ବିରୁଦ୍ଧ ଏହି ସଂଗ୍ରାମରେ ଶତାଧିକ ଯୁବକ ଯୁବତୀ ଏବଂ ମା’ ମାନେ ସାମିଲ ହୋଇ ପାଇକସିଦା ଗ୍ରାମ ଠାରୁ କେଶପୁର ପର୍ଯ୍ୟନ୍ତ ପଥପ୍ରାନ୍ତ ସଭା, ଶୋଭାଯାତ୍ରା ଦ୍ୱାରା ନିଶା ମୁକ୍ତ ସମାଜ ଗଠନ କରିବା ପାଇଁ ସଚେତନତା ସୃଷ୍ଟି କରାଇଥିଲେ |ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ସରସ୍ଵତୀ ସେଠୀ , ନାଏବ ସରପଞ୍ଚ ଶଶାଙ୍କ ଶେଖର ଆଚାର୍ଯ୍ୟ , ସମିତି ସଭ୍ୟ ନମିତା ଜେନା , ଅବସର ପ୍ରାପ୍ତ ଦୂର ସଂଚାର ପଯ୍ୟବେକ୍ଷକ କାହ୍ନୁ ଚରଣ ମହାନ୍ତି,ଏମବିକେ କାଞ୍ଚନ ନାୟକ ,କୃଷି ମିତ୍ର ପର୍ଶୁରାମ ସେନାପତି ଓ ନାରାୟଣ ଚନ୍ଦ୍ର ସାହୁ ,ପଞ୍ଚାୟତ ସଭାପତି ନରୋତ୍ତମ ସେଠୀ ,ସମାଜସେବୀ ବାବୁଚରଣ ଜେନା ଓ ଗଗନ କୁମାର ଜେନା , ସ୍ଥାନୀୟ ୱାର୍ଡ ସଭ୍ୟମାନେ,ସିଆରପି ମାନେ ଏବଂ ଏସଏଚଜି ମେମ୍ବର ମାନେ ଯୋଗଦେଇ ନିଜ ବକ୍ତବ୍ୟରେ ନିଶାମୁକ୍ତ ସମାଜ ଗଠନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଭଳି ପ୍ରୟାସ ପାଇଁ ବିଶ୍ବାସ ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ପରିଡାଙ୍କୁ ପାଇକସିଦା ପଞ୍ଚାୟତବାସୀ ପ୍ରଶଂସା କରିବା ସହିତ ସ୍ଵାଗତ ମଧ୍ୟ କରିଛନ୍ତି । ବିଶ୍ଵାସ ତରଫରୁ ବିଶ୍ଵାସର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ । ଏଭଳି କାର୍ଯ୍ୟକ୍ରମ ପାଇଁ ବିଶ୍ଵାସକୁ ଜଳେଶ୍ଵର ତଥା ପାଇକସିଦାରେ ବିଭିନ୍ନ ମହଲର ବୁଦ୍ଧିଜୀବିମାନେ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *