ପୁଣି ଗଲା ଆଉ ଏକ ଚିତାର ଜୀବନ : ଆଫ୍ରିକାରୁ କୁନୋ ପାର୍କକୁ ଆସିଥିଲା; ପୂର୍ବରୁ ୨ ଚିତା ମଧ୍ୟରେ ମୁହାଁମୁହିଁ କାରଣରୁ ଥିଲା ଅସୁସ୍ଥ

ପୁଣି ଗଲା ଆଉ ଏକ ଚିତାର ଜୀବନ । ଆଫ୍ରିକାରୁ କୁନୋପାର୍କକୁ ଆସିଥିବା ଚିତାଙ୍କ ମଧ୍ୟରୁ ଜଣେ ଚିତାର ମଙ୍ଗଳବାର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ଦୁଇଜଣ ଚିତା ମଧ୍ୟରେ ମୁହାଁମୁହିଁ କାରଣରୁ ମାଇ ଚିତା ଧୀରାର ମୃତ୍ୟୁ ହୋଇଛି । ନାମ୍ବିଆରୁ ମୋଟ ୨୦ଟି ଚିତା ମଧ୍ୟପ୍ରଦେଶର କୁନୋ ଉଦ୍ୟାନକୁ ଅଣାଯାଇଥିଲା । ପୂର୍ବରୁ ଅସୁସ୍ଥତା ପାଇଁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଙ୍ଗଳବାର ଆଉ ଜଣଙ୍କ ଯାଇଛି ଜୀବନ ।

Leave a Reply

Your email address will not be published. Required fields are marked *