ଆହୁରି ୫ଦିନ ଗରମ ଓ ଗୁଳୁଗୁଳି : ଆଗକୁ ଆହୁରି ତାତି ବଢିବା ନେଇ ପୂର୍ବାନୁମାନ

ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରହୁଥିବା ବେଳେ ଗୁଳୁଗୁଳିରେ ଲୋକେ ସନ୍ତୁଳି ହେଉଛନ୍ତି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଏପରି ଗୁଳୁଗୁଳି ପାଗ ଜାରି ରହିବ । ଗତକାଲି ବୌଦ୍ଧ ଓ ଝାରସୁଗୁଡ଼ାରେ ତାତି ୪୨ ଡିଗ୍ରୀ ଟପିଥିଲା । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨ ଦଶମିକ ୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାର ତାପମାତ୍ରା ଥିଲା ୪୨ ଦଶମିକ ୪ ଡିଗ୍ରୀ । ବଲାଙ୍ଗିରରେ ୪୧ ଦଶମିକ ୭, ତାଳଚେରରେ ୪୧ ଦଶମିକ ୬, ସମ୍ବଲପୁରରେ ୪୧ ଦଶମିକ ୪ ଡିଗ୍ରୀ ରେକର୍ଡ ହୋଇଥିଲା । ଆଗକୁ ଆହୁରି ତାତି ବଢିବା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *